Advertisment

ବାଇକ୍‌କୁ ଧକ୍କା ଦେଇ ଚମ୍ପଟ ମାରିବା ବେଳେ କାର୍‌ରେ ଲାଗିଲା ନିଆଁ

କାର୍‌ ଇଞ୍ଜିନ୍‌ରେ ନିଆଁ ଲାଗିଥିବା ଦେଖି ଆନନ୍ଦପୁର ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। ଏନେଇ ବୀରମହାରାଜପୁର ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ

Car

Car

Advertisment

ବାଇକ୍‌କୁ ଧକ୍କା ଦେଇ ଚମ୍ପଟ ମାରିବା ବେଳେ କାର୍‌ରେ ଲାଗିଲା ନିଆଁ। ଜୀବନ ବିକଳରେ ଗାଡ଼ି ଛାଡ଼ି ଚମ୍ପଟ ମାରିଲେ କାର୍‌ ଚାଳକ ଓ ତାଙ୍କ ସାଥୀ। ଆଜି ଏପରି ଦୁର୍ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି। ନିଆଁ ଲିଭିବା ପରେ ପୁଲିସ୍‌ କାର୍‌ଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ବୀରମହାରାଜପୁର-ସୁବଳୟା ରାସ୍ତାର ଜଟେସିଂହା ସେତୁ ନିକଟରେ ଗୋଟିଏ ବାଇକ୍‌କୁ ଧକ୍କା ଦେଇଥିଲା ଏକ କାର୍‌। ପରେ କାରଟି ଦ୍ରୁତ ଗତିରେ ଫେରାର ହେବାକୁ ଚେଷ୍ଟା କରୁଥିଲା। ତେବେ ୨ରୁ ୩ କିମି ଗଲା ପରେ କାର୍‌ ଇଞ୍ଜିନ୍‌ରେ ନିଆଁ ଲାଗି ଯାଇଥିଲା। ଯେଉଁଥିପାଇଁ କାର ଚାଳକଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ତେଣୁ କାର୍‌କୁ ଆନନ୍ଦପୁର ଗାଁ ମୁଣ୍ଡରେ ଛାଡ଼ି ପଳାଇ ଯାଇଥିଲେ।

ଅନ୍ୟପକ୍ଷରେ କାର୍‌ ଇଞ୍ଜିନ୍‌ରେ ନିଆଁ ଲାଗିଥିବା ଦେଖି ଆନନ୍ଦପୁର ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। ଏନେଇ ବୀରମହାରାଜପୁର ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। ନିଆଁ ଲିଭିବା ପରେ ପୁଲିସ ଗାଡିଟିକୁ ଜବତ କରି ତଦନ୍ତ ଆରମ୍ଭ କରୁଛି। ବର୍ତ୍ତମାନ ସୁଦ୍ଧା ଗାଡ଼ି ମାଲିକଙ୍କ ପରିଚୟ ମିଳିପାରି ନାହିଁ। ନିଆଁ ଲାଗିଥିବା ଗାଡ଼ି ନମ୍ୱର(OD-23L-6032) ରହିଛି।

Advertisment

ସେପଟରେ କାର୍‌ ଧକ୍କାରେ ଆହତ ହୋଇଥିଲେ ବାଇକ୍‌ ଆରୋହୀ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୀରମହାରାଜପୁର ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି।

ରିପୋର୍ଟ-ସୋନପୁରରୁ ରବିନ୍ଦ୍ର ହୋତା

Accident Subarnpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe