Advertisment

କୋଚିଂ ଡିପୋରେ ଲାଗିଲା ନିଆଁ, ଜଳିଗଲା ଟ୍ରେନ୍‌ ବଗି

ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁ ଲିଭା ଉଦ୍ୟମ ଜାରି ରହିଛି।

ଅଦ୍ୟତନ ହୋଇଛି
Puri

Puri

Advertisment

ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଲାଗିଲା ନିଆଁ। କୋଚିଂ ଡିପୋରେ ଥିବା ଟ୍ରେନର ଏକ ବଗିରେ ନିଆଁ ଲାଗିଥିବା ଜଣାଯାଇଛି। ଅଗ୍ନିଶମ କର୍ମଚାରୀ ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତକୁ ଆଣିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । 

Advertisment

ଆଜି ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ପୁରୀ ରେଳ ଷ୍ଟେସନର କୋଚିଂ ଡିପୋରେ ଟ୍ରେନ୍‌ର ବଗିଗୁଡ଼ିକର ମରାମତି ସହ ତାହାକୁ ସଫା କରାଯାଉଥିଲା। ଉକ୍ତ ସମୟରେ ଏକ ଏସି ବଗି କାମ ଚାଲୁଥିବା ବେଳେ ହଠାତ୍‌ ତାହା ତଳୁ ନିଆଁ ବ୍ୟାପିବା ଆରମ୍ଭ କଲା। ଦେଖୁଦେଖୁ ସମ୍ପୂର୍ଣ୍ଣ ବଗିଟି ଜଳି ପୋଡ଼ି ଛାରଖାର ହୋଇଯାଇଛି। 

ଖବର ପାଇ ତୁରନ୍ତ ଜିଆରପି, ଆରପିଏଫ ଅଧିକାରୀଙ୍କ ସମେତ ରେଳବାଇର ଉପରିସ୍ଥ ଅଧିକାରୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ୪୦ ମିନିଟ୍‌ର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତକୁ ଆସିଥିବା ଜଣାଯାଇଛି। 

Advertisment

ସୂଚନାଯୋଗ୍ୟ, ଏକ ବଗିରେ ୪୦ରୁ ୫୦ଟି ବ୍ୟାଟେରି ଥାଏ। ସେଥିରେ କୌଣସି ପ୍ରକାର ତ୍ରୁଟି ହେତୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ବଗି ତଳେ ଥିବା ବ୍ୟାଟେରି ବ୍ରଷ୍ଟ କରିବାରୁ ସର୍ଟସର୍କିଟ ହୋଇ ଏପରି ନିଆଁ ଲାଗିଥାଇପାରେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି। 

ଏଥିସହ ଏହା ଯାନ୍ତ୍ରୀକ ତ୍ରୁଟି ହୋଇଥିବା ବେଳେ ଏଥିରେ କୌଣସି ମାନବିକ ତ୍ରୁଟି ପରିଲକ୍ଷିତ ହେଉ ନ ଥିବା ସେ କହିଛନ୍ତି। ତେବେ ଘଟଣାର ତଦନ୍ତ ପରେ ଅଗ୍ନିକାଣ୍ଡର ସମ୍ପୂର୍ଣ୍ଣ କାରଣ ଜଣାପଡ଼ିବ ବୋଲି କହିଛନ୍ତି ଅଧିକାରୀ। 

Puri Train Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe