Advertisment

ରାତି ଅଧରେ ଔଷଧ ଗୋଦାମରେ ଲାଗିଲା ନିଆଁ, ସବୁ ପୋଡ଼ି ପାଉଁଁଶ

ଗତକାଲି ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଔଷଧ ଗୋଦାମ ଗୃହରୁ ହଠାତ୍ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।

author-image
Niharika Rout
damaged medicine

damaged medicine

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ ରାତି ଅଧରେ ଲାଗିଲା ନିଆଁ। ଆଖି ପିଛୁଳାକେ ନିଆଁ ବ୍ୟାପି ଯାଇ ଲକ୍ଷାଧିକ ଟଙ୍କାର ମେଡିସିନ, ଇଞ୍ଜେକସନ ଓ ବୈଦୁତିକ ସାମଗ୍ରୀ ପୋଡ଼ି ପାଉଁଶ ହୋଇ ଯାଇଛି।

Advertisment

ଗତକାଲି ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଔଷଧ ଗୋଦାମ ଗୃହରୁ ହଠାତ୍ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିଥିବା ଦେଖି ସିକ୍ୟୁରିଟି ଗାର୍ଡ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଉପରିସ୍ଥ ଅଧିକାରୀ ସେଠାରେ ପହଞ୍ଚି ବୌଦ୍ଧ ଦମକଳ ବାହିନୀକୁ ଖବର ଦେବା ପରେ ସେମାନେ ଆସି ପ୍ରାୟ ୨ ଘଣ୍ଟା ପରେ ନିଆଁ କୁ ଆୟତ୍ତ କରିଥିଲେ।

ତେବେ ଏହି ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ଇଞ୍ଜେକସନ, ଔଷଧ ପୋଡ଼ି ନଷ୍ଟ ହୋଇ ଯାଇଥିବା ବେଳେ ବହୁ ଇଲେକ୍ଟ୍ରିକାଲ ଉପକରଣ ତଥା ଡିପ ଫ୍ରିଜର, ଏସି ଆଦି ମଧ୍ୟ ପୋଡ଼ି ନଷ୍ଟ ହୋଇ ଯାଇଛି । ତେବେ ନଷ୍ଟ ହୋଇଥିବା ଔଷଧ ର ମୂଲ୍ୟ ଲକ୍ଷାଧୀକ ଟଙ୍କା ହେବ ବୋଲି ସୂଚନା ମିଳିଛି।

Advertisment

ପ୍ରାଥମିକ ସୂଚନା ଅନୁଯାୟୀ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଜଣା ପଡିଛି। ତଦନ୍ତ ପରେ ହିଁ ପ୍ରକୃତ ସତ୍ୟା ସତ୍ୟ ସାମ୍ନା କୁ ଆସିବ ବୋଲି ସୂଚନା ମିଳିଛି।

Boudh Fire Accident Hospital