Advertisment

ଗୁହାଳରେ ଲାଗିଥିଲା ମଶା ଧୂପ, ଜଳିଗଲା ଘର

ଗୁହାଳରେ ମଶାଙ୍କ ପାଇଁ ଲାଗିଥିଲା ମଶା ଧୂପ । ମାତ୍ର ରାତି ଅଧରେ ତାହା ବ୍ୟାପୀ ଘରକୁ ଲାଗି ଯାଇଥିଲା। ଫଳରେ ହୁତୁହୁତୁ ହୋଇ ଘର ଜଳିବା ସହ ସମସ୍ତ ଧନସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି।

author-image
Niharika Rout
Fire

Fire

ଗୁହାଳରେ ମଶାଙ୍କ ପାଇଁ ଲାଗିଥିଲା ମଶା ଧୂପ । ମାତ୍ର ରାତି ଅଧରେ ତାହା ବ୍ୟାପୀ ଘରକୁ ଲାଗି ଯାଇଥିଲା। ଫଳରେ ହୁତୁହୁତୁ ହୋଇ ଘର ଜଳିବା ସହ ସମସ୍ତ ଧନସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି। ଏପରି ଏକ ଘଟଣା ଗତ ରାତିରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବଙ୍ଗାଳପୁର ପଞ୍ଚାୟତ ଇଶାଣ ଗାଁରେ ଘଟିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଗାଁର ଧିରେନ ମଲ୍ଲିକଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା l ବିଲ ମଝିରେ ଘର ଥିବାରୁ ଏକୁଟିଆ ନିଆଁକୁ ଆୟତ୍ତ କରିପାରିନଥିଲେ l ତେଣୁ ସେ ସମସ୍ତଙ୍କୁ ଡାକିବା ପରେ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ l

ଖବର ପାଇ ଅଡା ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଏବେ ଅମଳ ହୋଇ ଘରେ ଥିବା ୧୦ କୁଇଣ୍ଟାଲ ଧାନ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଧିରେନ ମଲ୍ଲିକଙ୍କ ର ସମସ୍ତ ଧନ ସମ୍ପତ୍ତି ପାଉଁଶ ହୋଇ ଯାଇଥିବା ବେଳେ ପରିବାର ସଦସ୍ୟ ମୁଣ୍ଡ ପିଟି କାନ୍ଦୁଛନ୍ତି।

Advertisment
Fire Accident