Advertisment

ତାତି ଆସିଲା, ଜଙ୍ଗଲରେ ଲାଗିଲା ନିଆଁ

ଗତବର୍ଷ ଏହି ସମୟ ସୁଦ୍ଧା ରାଜ୍ୟର ୨୭ ହଜାର ପଏଣ୍ଟରେ ନିଆଁ ଲାଗିଥିଲା। ମାଲକାନଗିରିରେ ପୋଡୁ ଚାଷ ପାଇଁ ଅଧିକ ନିଆଁ ଲାଗୁଛି। ମହୁଲ ଫୁଲ ସଂଗ୍ରହ ଓ ଜନ୍ତୁ ଶିକାର ପାଇଁ ମଧ୍ୟ ନିଆଁ ଲଗାଉଛନ୍ତି ଲୋକେ।

Jungle

Jungle

Advertisment

ରବିବାର ସୁଦ୍ଧା ରାଜ୍ୟର ୮ ହଜାର ପଏଣ୍ଟରେ ନିଆଁ ଲାଗିଛି। ୯୯.୫ ପ୍ରତିଶତ ନିଆଁକୁ ଲିଭାଯାଇଛି। ଆଜି ରାଜ୍ୟରେ ୨୦୦ ପଏଣ୍ଟରେ ନିଆଁ ଲାଗିଥିବା ଖବର ଆସିଛି। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍‌ ଦେବୀଦତ୍ତ ବିଶ୍ଵାଳ।

Advertisment

ସେ କହିଛନ୍ତି, ଗତବର୍ଷ ଏହି ସମୟ ସୁଦ୍ଧା ରାଜ୍ୟର ୨୭ ହଜାର ପଏଣ୍ଟରେ ନିଆଁ ଲାଗିଥିଲା। ମାଲକାନଗିରିରେ ପୋଡୁ ଚାଷ ପାଇଁ ଅଧିକ ନିଆଁ ଲାଗୁଛି। ମହୁଲ ଫୁଲ ସଂଗ୍ରହ ଓ ଜନ୍ତୁ ଶିକାର ପାଇଁ ମଧ୍ୟ ନିଆଁ ଲଗାଉଛନ୍ତି ଲୋକେ। ଏମିତିକି କିଛି ଲୋକ ଦୁଷ୍ଟାମୀ କରିବା ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବା ଦେଖିବାକୁ ମିଳୁଛି। ନିଆଁ ଲଗାଉଥିବା ଲୋକ ଧରା ପଡ଼ିଲେ କାର୍ଯ୍ୟନୁଷ୍ଠାନ ନିଆଯାଉଛି। ନିଆଁ ଲିଭାଇବା ପାଇଁ ୩୬୭ ସ୍କ୍ୱାର୍ଡ ନିୟୋଜିତ ହୋଇଛନ୍ତି। ୨ ହଜାର ୩୬୫ ସେଫଟି କିଟ୍‌ ସହ ୪ ହଜାର ୭୯୦ ଫାୟାର ଗ୍ଲୋଭର ଦିଆଯାଇଛି। ଜଙ୍ଗଲ ନିଆଁ ଲିଭାଇବା ପାଇଁ ସ୍ୱତନ୍ତ୍ର ଭାବେ ୩୩୦ ଗାଡ଼ି ନିୟୋଜିତ କରାଯାଇଛି। ଜଙ୍ଗଲରେ ଫାୟାର ଲାଇନ ଚିହ୍ନଟ କରିବା ସହ ଜନ ସଚେତନ କରାଯାଉଛି। ଅଧିକ ନିଆଁ ବ୍ୟାପିଲେ ଓଡ୍ରାଫ୍‌ ଟିମ୍‌ ସହାୟତା ନିଆଯିବ ବୋଲି ପିସିସିଏଫ୍‌ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି।

ଗ୍ରୀଷ୍ମ ପ୍ରଭାହ ବଢ଼ିଥିବାରୁ ରାଜ୍ୟରେ ଅଧିକାଂଶ ଜଙ୍ଗଲରେ ଲାଗୁଛି ନିଆଁ। କିଛି ଅସାଧୁ ବ୍ୟକ୍ତି ବିଶେଷ ଏହି ନିଆଁ ଲଗାଉଥିବା ଅଭିଯୋଗ ହେଉଛି। ଗତବର୍ଷ ସବୁଠାରୁ ଅଧିକ ନିଆଁ ଶିମିଳିପାଳ ଅଭୟାରଣ୍ୟରେ ଜଳିଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ତା’ପରେ ତତ୍ପର ହୋଇଥିଲା ରାଜ୍ୟ ସରକାର। ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରାଯାଇଥିଲା। ହେଲେ ଲିଭାଇ ପାରୁନଥିଲା ବନ ବିଭାଗ। ସୌଭାଗ୍ୟକୁ ବର୍ଷା ହେବାରୁ ନିଆଁ ଲିଭିଥିଲା।

Advertisment
Jungle Odisha Forest Dept Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe