Fire
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଲେଡିଜ୍ ହଷ୍ଟେଲରେ ଲାଗିଛି ଭୟାବହ ଅଗ୍ନିକାଣ୍ଡ । ଉପର ମହଲାରେ ନିଆଁ ଲାଗିଥିବାରୁ ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇ ଯାଇଛି। ।
Advertisment
ହଷ୍ଟେଲରେ ନିଆଁ ଲାଗିବା ପରେ ଛାତ୍ରୀମାନେ ଆତଙ୍କିତ ହୋଇ ଯାଇଥିବା ବେଳେ ନିଜ ଜିନିଷପତ୍ର ବାହାର କରିବା ନିମନ୍ତେ ଲାଗି ପଡ଼ିଛନ୍ତି । ଏବେ କଲେଜ ଛୁଟି ଥିବାରୁ ବହୁ ଛାତ୍ରୀ ନିଜ ଘରକୁ ଚାଲି ଯାଇଛନ୍ତି। ଫଳରେ ସେମାନଙ୍କ ଆସବାବପତ୍ର ପୋଡ଼ି ପାଉଁଶ ହୋଇ ଯାଇଛି।
ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭାଇଥିବା ଜଣାଯାଇଛି। ତେବେ ଏଥିରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ କେହି ଆହତ ହୋଇ ନ ଥିବା ଜଣାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
