Advertisment

ପୋଡ଼ିଗଲା ମେଡ଼ିସିନ୍‌ ଗୋଦାମ, ଲକ୍ଷାଧିକ ଟଙ୍କାର ଔଷଧ ପାଉଁଶ!

ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଦେଖୁଦେଖୁ କୁଳିଅଣା ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କ୍ୟାମ୍ପସରୁ ପ୍ରବଳ ଧୂଆଁ ବାହାରିବା ସହିତ ନିଆଁ ଜଳିଥିଲା। ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ସେଠାକୁ ଧାଇଁ ଯାଇଥିଲେ।

Baripada

Baripada

Advertisment

ପୋଡ଼ିଗଲା ମେଡ଼ିସିନ୍‌ ଗୋଦାମ। ଯାହାଫଳରେ ଲକ୍ଷାଧିକ ଟଙ୍କାର ମେଡିସିନ୍‌ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡ କାରଣ ଜଣାପଡ଼ି ନାହିଁ। ଆଜି ସନ୍ଧ୍ୟା ବେଳେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏପରି ଅଘଟଣ।

Advertisment

ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଦେଖୁଦେଖୁ କୁଳିଅଣା ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କ୍ୟାମ୍ପସରୁ ପ୍ରବଳ ଧୂଆଁ ବାହାରିବା ସହିତ ନିଆଁ ଜଳିଥିଲା। ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ସେଠାକୁ ଧାଇଁ ଯାଇଥିଲେ। ସେତେବେଳେ ମେଡ଼ିକାଲ୍‌ର ମେଡିସିନ୍‌ ଗୋଦାମ ଘରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା।

ସ୍ଥାନୀୟ ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ମେଡ଼ିକାଲ୍‌ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁରେ ଅକ୍ସିଜେନ ଟାଙ୍କି ଓ ବହୁ ମେଡିସିନ ଜଳି ଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ଜଣେ ଆହାତ ହୋଇଛନ୍ତି। ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି, ତାହା ଜଣାପଡ଼ି ନାହିଁ। ତେବେ ବିଦ୍ୟୁତ ଶର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। କୁଳିଅଣା ଥାନା ପୁଲିସ ମେଡ଼ିକାଲ୍‌ରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।

Advertisment

ରିପୋର୍ଟ-ବାରିପଦାରୁ ମାଣିକଲାଲ ପାଣି

Baripada Odisha Medical
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe