ବାରିପଦାରେ ଥିବା ଘରୋଇ 'ସାଇ' ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଛି। ନସିଂହୋମରେ ଦ୍ଵିତୀୟ ମହଲାରେ ଥିବା ଏକ ରୁମରେ ଆଜି ଭୋରରୁ ନିଆଁ ଲାଗି ଯାଇଥିଲା। ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଘଟଣରେ କାହାର କିଛି କ୍ଷତି ହୋଇନାହିଁ।
ଆଜି ଭୋର ସମୟରେ ନସିଂହୋମରେ ଷ୍ଟାଫ୍ ମାନଙ୍କ ଡିୟୁଟି ରୁମରେ ନିଆଁ ଲାଗିଯାଇଥିଲା। ଜଣେ ଷ୍ଟାପ ଏସିରୁ ପ୍ରବଳ ଧୁଆଁ ବାହାରୁଥିବା ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।
Also Read
ହେଲେ ପ୍ରବଳ ଧୁଆଁ ଯୋଗୁ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ କଷ୍ଟକର ହୋଇଥିଲା। ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ଏହି ସମୟରେ ନସିଂହୋମର ୪ ଜଣ ରୋଗୀଙ୍କୁ ବାହାରକୁ ଅଣାଯାଇଥିବା ଜଣାଯାଇଛି। ହେଲେ କାହାର କିଛି କ୍ଷତି ହୋଇନାହିଁ। ଅଗ୍ନିକାଣ୍ଡରେ ନସିଂହୋମରେ ଥିବା ଜିନିଷପତ୍ର ଗୁଡ଼ିକ ନଷ୍ଟ ହୋଇଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ରୋଲରକୁ ପିଟିଲା ବସ୍, ୧୫ ଆହତ
ଆଜି ସକାଳେ ବସ୍ଟି ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଆନନ୍ଦପୁରରୁ ଭଦ୍ରକ ଅଭିମୁଖେ ଆସୁଥିଲା
Accident
ବାଇକ୍ରେ ଯାଉଥିଲେ; ୪ ଯୁବକଙ୍କ ଉପରେ ମାଡ଼ିଗଲା ମାଲବାହୀ ଟ୍ରକ୍
ଆଜି ସକାଳେ ବୈପାରୀଗୁଡ଼ା ବ୍ଲକ ବିଚଲକଟା ଗ୍ରାମର ୪ଜଣ ଯୁବକ ବାଇକ୍ ଯୋଗେ କୌଣସି କାମରେ ଯାଉଥିଲେ।
Accident
ହାତୀ ଘଉଡାଇବାକୁ ଯାଇଥିଲେ; କଚାଡି ମାରିଦେଲା
ଗତ ୧୮ ତାରିଖରେ ହାତୀବାରି ଅଞ୍ଚଳରେ ଧାନ କ୍ଷେତ ଜଗିଥିବା ବେଳେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିଲା।
Accident
ମଝି ସମୁଦ୍ରରେ ଟଳି ପଡ଼ିଲେ ବନ କର୍ମଚାରୀ, ପାଟ୍ରୋଲିଂ ପାଇଁ ଯାଇଥିଲେ
ମଝି ସମୁଦ୍ରକୁ ପାଟ୍ରୋଲିଂ ପାଇଁ ଯାଇଥିଲେ। ସେଠାରେ ଅନ୍ୟମାନଙ୍କ ସହ ମିଶି ବେଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲରକୁ ଧରିଥିଲେ। ମାତ୍ର ଏହାପରେ ଛାତିରେ ଯନ୍ତ୍ରଣା ହେଲା ଓ ଟଳିପଡିଲେ ବନକର୍ମଚାରୀ ।