Advertisment

ନର୍ସିଂହୋମରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ରୋଗୀ

ନର୍ସିଂହୋମରେ ନିଆଁ ଲାଗିବା ପରେ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Fire

Fire

ଗଞ୍ଜାମ ଜିଲ୍ଲା ଆସିକା ସହରରେ ଥିବା ଦୁର୍ଗାମାଧବ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ରୋଗୀମାନେ। ନିଆଁରେ ଡାକ୍ତରଖାନାର ଯନ୍ତ୍ରାଂଶ ଓ ବେଡ୍‌ ପୋଡ଼ି ଯାଇଛି। ହେଲେ କାହାର କିଛି କ୍ଷତି ହୋଇନାହିଁ।

Advertisment

ଆଜି ସକାଳେ ନର୍ସିଂହୋମରେ ନିଆଁ ଲାଗିଯାଇଥିଲା। ନର୍ସିଂହୋମର କର୍ମଚାରୀ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ପ୍ରବଳ ଧୂଆଁ ହେଉଥିବାରୁ ଅଗ୍ନିଶମ ବାହିନୀଙ୍କୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇଥିଲା। ଅନ୍ୟପକ୍ଷରେ ନର୍ସିଂହୋମରେ ନିଆଁ ଲାଗିବା ପରେ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।

ନର୍ସିଂହୋମରେ କିପରି ନିଆଁ ଲାଗିଲା ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ନର୍ସିଂହୋମରେ ଥିବା ଗ୍ୟାସ୍‌ ଚୁଲାରୁ ନିଆଁ ଲାଗିଥିବା ସୂଚନା ରହିଛି।

Advertisment
Ganjam Fire Breakout