Advertisment

ଧାରଣାରେ କର୍ମଚାରୀ; ସେବା ସମବାୟ ସମିତିରେ ଲାଗିଗଲା ନିଆଁ

ଭୋଗରାଇଠାରେ ଚକପଳାସିଆ ସେବାସମବାୟ ସମିତି କର୍ମଚାରୀମାନେ ଧାରଣାରେ ଅଛନ୍ତି। ଏହା ମଧ୍ୟରେ ଆଜି ଭୋର ପ୍ରାୟ ୩ଟା ବେଳେ କୌଣସି କାରଣ ଯୋଗୁ ସେବା ସମବାୟ ସମିତିରେ ନିଆଁ ଲାଗିଯାଇଥିଲା।

author-image
Niharika Rout
Fire

Fire

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଚକପଳାସିଆ ସେବା ସମବାୟ ସମିତିରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ଯାଇଛି। ।

Advertisment

ବିଭିନ୍ନ ଦାବି ପୂରଣ ନିମନ୍ତେ ଭୋଗରାଇଠାରେ ଚକପଳାସିଆ ସେବାସମବାୟ ସମିତି କର୍ମଚାରୀମାନେ ଧାରଣାରେ ଅଛନ୍ତି। ଏହା ମଧ୍ୟରେ ଆଜି ଭୋର ପ୍ରାୟ ୩ଟା ବେଳେ କୌଣସି କାରଣ ଯୋଗୁ ସେବା ସମବାୟ ସମିତିରେ ନିଆଁ ଲାଗିଯାଇଥିଲା।

ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି।

Advertisment
Balasore Fire Accident