Advertisment

ଶିମିଳିପାଳ ଅଭୟାରଣ୍ୟରେ ଲାଗିଲା ନିଆଁ

ଗ୍ରୀଷ୍ମ ପ୍ରବାହ ବଢ଼ୁଥିବାରୁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ। ଗୋଟିଏ କି ଦୁଇଟି ନୁହେଁ, ୧୩ଟି ସ୍ଥାନରେ ଲାଗିଛି ନିଆଁ। ଉତ୍ତର ଶିମିଳିପାଳର ୮ଟି ପଏଣ୍ଟ ଓ ଦକ୍ଷିଣ ଶିମିଳିପାଳର ୫ ଟି ପଏଣ୍ଟରେ ଲାଗିଛି ନିଆଁ।

author-image
Manoranjan Sial
Similipal

Similipal

ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ଆଜି ଏହି ଅଭୟାରଣ୍ୟରେ ଲାଗିଛି ନିଆଁ। ପ୍ରାୟ ୧୩ଟି ପଏଣ୍ଟରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲିଭାଇବା କାମରେ ଲାଗି ପଡ଼ିଛନ୍ତି ବନ କର୍ମଚାରୀ। ହେଲେ ନିଆଁ ଲିଭିବାର ନାଁ ଧରୁନି।

Advertisment

ଗ୍ରୀଷ୍ମ ପ୍ରବାହ ବଢ଼ୁଥିବାରୁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ। ଗୋଟିଏ କି ଦୁଇଟି ନୁହେଁ, ୧୩ଟି ସ୍ଥାନରେ ଲାଗିଛି ନିଆଁ। ଉତ୍ତର ଶିମିଳିପାଳର ୮ଟି ପଏଣ୍ଟ ଓ ଦକ୍ଷିଣ ଶିମିଳିପାଳର ୫ ଟି ପଏଣ୍ଟରେ ଲାଗିଛି ନିଆଁ। ତାଳବନ୍ଦ ଓ ଡୁକୁରା ରେଞ୍ଜରେ ଅଧିକ ପରିମାଣରେ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗ ଚେଷ୍ଟା କରୁଛନ୍ତି। ହେଲେ ନିଆଁକୁ ଆୟତ୍ତ ହେଉନି। ଗୋଟିଏ ସ୍ଥାନରେ ନିଆଁ ଲିଭାଇଲେ, ଅନ୍ୟ ସ୍ଥାନରେ ଲାଗି ଯାଉଛି।

ଯଶିପୁର ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ନିକେସ କୁମାର କହିଛନ୍ତି, ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ବନ କର୍ମଚାରୀମାନେ ସଚେତନତା କରୁଛନ୍ତି। ନିୟମିତ ପାଟ୍ରୋଲିଂ କରାଯାଉଛି। ଯେଉଁସ୍ଥାନରେ ଅଧିକ ନିଆଁ ଲାଗେ, ସେଠାରେ ଅଧିକ କର୍ମଚାରୀ ମୁତୟନ କରାଯାଇଛି। ନିଆଁ ଲିଭାଇବା ସରଞ୍ଜାମ ମହଜୁଦ୍‌ ରହିଛି। ଯେଉଁଥିପାଇଁ ଗତବର୍ଷ ଅପେକ୍ଷା ଏଥର କମ୍‌ ନିଆଁ ଲାଗିଛି। ଯେଉଁଠି ନିଆଁ ଲାଗୁଛି, ଶୀଘ୍ର ଆୟତ୍ତ କରାଯାଉଛି ବୋଲି ନିକେସ କୁମାର କହିଛନ୍ତି।

Advertisment

ରିପୋର୍ଟ- କରଞ୍ଜିଆରୁ ଦୀପକ କୁମାର ମହାନ୍ତ

Fie Breakout In Similipal Similipal National Park Baripada