Advertisment

ଏସକେ ମାର୍ଟରେ ଲାଗିଲା ନିଆଁ, ଆଖି ପିଛୁଳାକେ ସବୁ ଜଳିଗଲା

ରାୟଗଡ଼ା ଏସକେ ମାର୍ଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା । କନଭେଣ୍ଟ ସ୍କୁଲ ଛକରେ ଥିବା ୪ ମହଲା ବିଶିଷ୍ଟ ଏସକେ ମାର୍ଟରେ ନିଆଁ ଲାଗିଛି ।

Fire

Fire

Advertisment

ରାୟଗଡ଼ା ଏସକେ ମାର୍ଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା । କନଭେଣ୍ଟ ସ୍କୁଲ ଛକରେ ଥିବା ୪ ମହଲା ବିଶିଷ୍ଟ ଏସକେ ମାର୍ଟରେ ନିଆଁ ଲାଗିଛି ।

Advertisment

ମାର୍ଟ ଭିତରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି । ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁକୁ ଆୟତ୍ତ କରିବାରେ ବାଧା ସୃଷ୍ଟି ହୋଇଛି ।

ମାର୍ଟ ଭିତରେ ଲୁଗା ଥିବାରୁ ନିଆଁ ଅଧିକ ବ୍ୟାପିଛି । ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ଅଗ୍ନିଶମ ଅଧିକାରୀ କହିଛନ୍ତି,

Advertisment

ଏନେଇ ଅଗ୍ନିଶମ ଅଧିକାରୀ କହିଛନ୍ତି, ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି। ପ୍ରାୟ ଘଣ୍ଟାଏ କାଳ ପରିଶ୍ରମ ପରେ ନିଆଁକୁ କାବୁ କରାଯାଇଛି। ତେବେ ଦୋକାନ ମାଲିକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିଥିଲେ ନା ନାହିଁ ତାହାର ତଦାରଖ କରାଯିବ ।

Rayagada Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe