/odisha-reporter/media/post_attachments/uploadimage/library/16_9/16_9_0/Fire_1730607723.jpg)
Fire
ପୁରୀ ଜିଲ୍ଲା ଡେଲାଙ୍ଗ ପରିବା ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି ହଜାର ହଜାର ଟଙ୍କାର ପନି ପରିବା। ବସ୍ତା ବସ୍ତା ଆଳୁ, ବାଇଗଣ,ସାରୁ, କଲରା, ଭେଣ୍ଡି, ପିଆଜ ଓ ରସୁଣ ଜଳିପୋଡ଼ି ପାଉଁଶ ହୋଇଯାଇଛି।
Advertisment
ଗତକାଲି ରାତିରେ ବ୍ୟବସାୟୀମାନେ ବିକ୍ରି କରି ସାରିବା ପରେ ପରିବା ରଖି ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ ପରିବା ହାଟରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। କେହି ଜଣେ ଦୁର୍ବୃତ୍ତ ପରିବା ହାଟରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ଡେଲାଙ୍ଗ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
