Advertisment

ହୁତୁହୁତୁ ହୋଇ ଜଳିଲା ଟ୍ରେନ୍‌, ୯ ଜୀବନ୍ତ ଦଗ୍ଧ, ୨୦ ଗୁରୁତର

ଆଖି ପିଛୁଳାକେ ନିଆଁ ମାଡ଼ି ଯାଇଥିଲା। ଫଳରେ ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଜୀବନ ବଞ୍ଚାଇବାକୁ ଆକୁଳ ଚିତ୍କାର କରୁଥିଲେ।

ଅଦ୍ୟତନ ହୋଇଛି
Fire In Train

Fire In Train

Advertisment

ତାମିଲନାଡୁ ମଦୁରାଇ ଷ୍ଟେସନ ନିକଟରେ ଆଜି ଭୋରରୁ ଏକ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୯ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି। କିଛି ଯାତ୍ରୀ ଟ୍ରେନ୍‌ରେ ଅବୈଧ ଭାବେ ଗ୍ୟାସ୍‌ ସିଲିଣ୍ଡର ନେଇ ଯାଉଥିବା ବେଳେ ତାହା ଫାଟି ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାଯାଇଛି।

Advertisment

ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ତାମିଲନାଡ଼ୁର ରାମେଶ୍ୱରମ ଯାଉଥିବା ଟ୍ରେନ୍‌ଟଇ ଆଜି ସକାଳେ ତାମିଲନାଡ଼ୁର ମଦୁରାଇ ଷ୍ଟେଶନର ଜଙ୍କସନ୍‌ରେ ଅଟକିଥିଲା। ସେଠାରେ ପ୍ରାୟ ଭୋର ୫ଟା୧୫ରେ ଟ୍ରେନ୍‌ରେ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ନିଆଁ ଟ୍ରେନ୍‌ର ଗୋଟିଏ  ବଗିକୁ ମାଡ଼ି ଯାଇଥିଲା। ଫଳରେ ଉକ୍ତ ବଗିରେ ଥିବା ଯାତ୍ରୀମାନେ ଜୀବନ ବଞ୍ଚାଇବାକୁ ଆକୁଳ ଚିତ୍କାର କରୁଥିଲେ।

ଖବର ପାଇ ଦମକଳ ବାହିନୀ ପ୍ରାୟ ୫ଟା ୪୫ ମିନିଟ୍‌ରେ ଷ୍ଟେଶନରେ ପହଞ୍ଚିଥିଲେ। ଏହାପରେ ପ୍ରାୟ ୨ ଘଣ୍ଟାର ପରିଶ୍ରମ ପରେ ନିଆଁକୁ କାବୁ କରାଯାଇଥିଲା। ଏହି ଦୁର୍ଘଟଣାରେ ୯ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବହୁ ଯାତ୍ରୀ ପ୍ରାଣ ବିକଳରେ ଟ୍ରେନ୍‌ରୁ ଡେଇଁ ନିଜ ଜୀବନ ରକ୍ଷା କରି ପାରିଛନ୍ତି।

Advertisment

ଟ୍ରେନ୍‌ରେ କିଛି ଯାତ୍ରୀ ଗ୍ୟାସ୍‌ ସିଲିଣ୍ଡର ନେଇ ଯାଉଥିବା ବେଳେ କୌଣସି କାରଣରୁ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗିଥିବା ରେଳୱେ ଅଧିକାରୀ ସୂଚନା ଦେଇଛନ୍ତି।

Deadbody Train Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe