Advertisment

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ପ୍ଲାଷ୍ଟିକ୍‌ ସ୍କ୍ରାପ୍‌ ଗୋଦାମ

ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Fire

Fire

ପ୍ଲାଷ୍ଟିକ୍‌ ସ୍କ୍ରାପ୍‌ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳୁଛି ସ୍କ୍ରାପ୍ ଗୋଦାମ। ନିଆଁରେ ଗୋଦାମରେ ଥିବା ଜନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏହି ଅଘଟଣରେ କାହାର କିଛି କ୍ଷତି ଘଟି ନାହିଁ। 

Advertisment

ଆଜି ସକାଳେ ଝାରସୁଗୁଡ଼ାର ବେହେରାପାଟରେ ଥିବା ପ୍ଲାଷ୍ଟିକ୍‌ ସ୍କ୍ରାପ୍‌ ଗୋଦାମରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଗୋଦାମ ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ୪ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ହେଲେ ପ୍ରବଳ ଧୁଆଁ ହେବା ଯୋଗୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡ଼ିଛି।

ତେବେ ପ୍ଲାଷ୍ଟିକ୍‌ ସ୍କ୍ରାପ୍‌ ଗୋଦାମରେ କିପରି ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। ସର୍ଟ ସର୍କିଟରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। 

Advertisment
Fire Breakout Jarasuguda