Advertisment

କିଟ୍‌ ଛକ ସ୍ଥିତ ଏକ କର୍ପୋରେଟ୍‌ ବିଲ୍ଡିଂରେ ଅଗ୍ନିକାଣ୍ଡ

ନିଆଁ ଲିଭାଇବାକୁ ଚାଲିଛି ପ୍ରୟାସ।

ଅଦ୍ୟତନ ହୋଇଛି
Fire

Fire

Advertisment

ଭୁବନେଶ୍ୱରର କିଟ୍‌ ଛକ ସ୍ଥିତ ଏକ କର୍ପୋରେଟ୍‌ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି। ଏହି କୋଠାର ୪ର୍ଥ ମହଲାରେ ନିଆଁ ଲାଗିଛି। ଅପରାହ୍ନ ପ୍ରାୟ ୪ଟା ବେଳେ  ନିଆଁ ଲାଗିଥିବା ବେଳେ ସନ୍ଧ୍ୟା ୭ଟା ସୁଦ୍ଧା ଏହାକୁ କାବୁ କରାଯାଇପାରି ନାହିଁ। ଆଖପାଖ ଅଞ୍ଚଳର ପ୍ରାୟ ସବୁ ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ପ୍ରାୟ ୨୦ଟି ଗାଡ଼ିରୁ ପାଣି ପକାଯାଇଥିଲେ ସୁଦ୍ଧା ନିଆଁ ଆୟତ୍ତ ହୋଇପାରିନାହିଁ। ଖବର ଲେଖାଯିବା ବେଳକୁ ଉକ୍ତ ବିଲ୍ଡିଂର ଚତୁର୍ଥ ମହଲାରେ ହୁତୁ ହୁତୁ ହୋଇ ନିଆଁ ଜଳୁଥିଲା। 

Advertisment

ନିଆଁ ଲିଭାଇବା ପାଇଁ ସ୍କାଏ ଲିଫ୍‌ଟର ବ୍ୟବହାର କରାଯାଇଛି। କାରଣ କୋଠାରେ ଚତୁର୍ଥ ମହଲାରେ ଅଗ୍ନିଶମ ବାହିନୀ ପହଞ୍ଚି ପାରି ନାହିଁ। ସ୍କାଏ ଲିଫ୍‌ଟ ସାହାଯ୍ୟରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଅତି ନିକଟରୁ ନିଆଁ ଉପରେ ପାଣି ପକାଇ ଏହାକୁ ଲିଭାଇବା ପାଇଁ ପ୍ରୟାସ କରୁଛନ୍ତି।

ଏହି ବିଲ୍ଡିଂରେ ପୁମାର ଶୋ’ରୁମ୍, ଏକ ପତଞ୍ଜଳି ଷ୍ଟୋର ସହିତ ଦୁଇଟି ଘରୋଇ ବ୍ୟାଙ୍କର ଅଫିସ ରହିଛି। ଯେଉଁ ମହଲାରେ ନିଆଁ ଲାଗିଛି, ସେଠାରେ ପୁମା ଓ ପତଞ୍ଜଳିର ଗୋଦାମ ଥିବା କୁହାଯାଉଛି। 

Advertisment

ଅଧିକ ଖବରକୁ ଅପେକ୍ଷା କରାଯାଇଛି। 

Fire Breakout Fire Accident Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe