Advertisment

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲୁଗା ଦୋକାନ

ସର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Fire

Fire

କେନ୍ଦ୍ରାପଡ଼ା ଟାଉନ ଥାନା ବଡ଼ହାଟରେ ଥିବା ଲୁଗା ଦୋକାନରେ ନିଆଁ ଲାଗିଯାଇଛି।  ନିଆଁ ଲାଗି ଦୋକାନ ପୂରା ଜଳିଯାଇଛି।   ନିଆଁରେ  ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Advertisment

ଆଜି ଭୋର ସମୟରେ ଲୁଗା ଦୋକାନ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ ସେବେଳେକୁ ଲକ୍ଷାଧିକ ଟଙ୍କା ଲୁଗା ଜଳି ପାଉଁଶ ହୋଇଯାଇଥିଲା।

 ତେବେ ଲୁଗା ଦୋକାନରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ସର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।   

Advertisment
Fire Breakout Kendrapada