Advertisment

ଆଖି ପିଛୁଳାକେ ଲାଗିଲା ନିଆଁ; ଜଳିଗଲା ସାବୁନ ଫ୍ୟାକ୍ଟ୍ରି

ପୁରୀ ମଙ୍ଗଳାଘାଟରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଜି ମଧ୍ୟାହ୍ନ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

author-image
Niharika Rout
Fire In Factory

Fire In Factory

ପୁରୀ ମଙ୍ଗଳାଘାଟରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଜି ମଧ୍ୟାହ୍ନ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

Advertisment

ସାବୁନ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ସୂଚନା ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିଆଁ ଲିଭାଇବାକୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ନିଆଁ ଏଯାଏ କାବୁ ହୋଇ ନ ଥିବା ଜଣାଯାଇଛି।

ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଆଖି ପିଛୁଳାକେ ନିଆଁ ଚାରିଆଡ଼େ ବ୍ୟାପି ଯାଇଛି। ଫଳରେ ଫ୍ୟାକ୍ଟ୍ରିରେ ସାବୁନ ପ୍ରସ୍ତୁତ ପାଇଁ ଥିବା ତେଲରେ ନିଆଁ ଲାଗି ତାହା ଅଧିକ ଭୟଙ୍କର ହୋଇଉଠିଛି। ନିଆଁ ଝାସରେ ଫ୍ୟାକ୍ଟ୍ରିର ଆଜବେଷ୍ଟସ, କାନ୍ଥ ଆଦି ଗଳିବାରେ ଲାଗିଛି।

Advertisment

ନିଆଁ ଲାଗିଥିବା ସମୟରେ ସାବୁନ ଫ୍ୟାକ୍ଟ୍ରିରେ ବହୁ କର୍ମଚାରୀ କାମ କରୁଥିବା ଜଣାଯାଇଛି। ତେବେ ସେମାନଙ୍କ ମଧ୍ୟରୁ କିଏ ମୃତାହତ କିମ୍ବା ଆହତ ହୋଇଥିବା ନେଇ କିଛି ସୂଚନା ମିଳିପାରିନି। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପରେ ଫ୍ୟାକ୍ଟ୍ରିରେ ପଶି ତନ ତନ କରି ଯାଞ୍ଚ କରିବେ। ଏହାପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଜଣାଯାଇଛି।

ତେବେ ଉକ୍ତ ଫ୍ୟାକ୍ଟ୍ରିର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି ନା ନାହିଁ ତାହାର ବି ଯାଞ୍ଚ ହେବ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।

Puri Fire Accident