ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସିଙ୍ଗାଖୁଣ୍ଟା ବଜାରରେ ଥିବା ଗ୍ରୋସରୀ ଦୋକାନରେ ନିଆଁ ଲାଗିଯାଇଛି। ଗ୍ରୋସରୀ ଦୋକାନରେ ଥିବା ଅନେକ ସାମଗ୍ରୀ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଦୁର୍ବୃତ୍ତମାନେ ସଟରକାଟି ନିଆଁ ଲଗାଇଦେଇଥିବା ମାଲିକ ଅଭିଯୋଗ କରିଛନ୍ତି।
ଆଜି ସକାଳେ ଦୋକାନଟି ହୁତୁ ହୁତୁ ହୋଇ ଜଳୁଥିବା ସ୍ଥାନୀୟ ଲୋକେ ଦେଖି ମାଲିକକୁ ଫୋନ୍ କରିଥିଲେ। ଏଥିସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଦୁର୍ବୃତ୍ତମାନେ ସଟରକାଟି ନିଆଁ ଲଗାଇଦେଇଥିବା ମାଲିକ ଅଭିଯୋଗ କରିଛନ୍ତି।
ଏନେଇ ସୋର ଥାନାରେ ଏତଲା ଦେଇଛନ୍ତି। ଗ୍ରୋସରୀ ଦୋକାନ ନିକଟରେ ଥିବା ଏକ ଇଲେକ୍ଟ୍ରିକ ଦୋକାନରେ ମଧ୍ୟ ନିଆଁ ଲାଗି କିଛି ଜିନିଷ ପତ୍ର ପୋଡ଼ିଯାଇଛି। ଗତ ୨୨ ତାରିଖରେ ଗ୍ରୋସରୀ ଦୋକାନ ମାଲିକଠାରୁ ଟଙ୍କା ଓ ମୋବାଇଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଜଳିଗଲା ଧାନ ଗଦା, ୧୦ ଏକର ଜମିର ଧାନ ଫସଲ ଭସ୍ମ
ଗତକାଲି କିଛି ଦୁର୍ବୃତ୍ତମାନେ ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ।
Accident
ଡମ୍ଫରକୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୩ ଆହତ
ଗତକାଲି ରାତିରେ ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସଟି ରୋଗୀ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା।
Accident
ଟ୍ରାକ୍ରେ ଦୌଡ଼ୁଥିଲା ଟ୍ରେନ୍, ତଳେ ଲାଗିଲା ନିଆଁ
କୋରାପୁଟ ଜିଲ୍ଲା ମାଛକୁଣ୍ଡ ଷ୍ଟେଶନ ନିକଟରେ ଗତକାଲି ବିଶାଖାପାଟଣା-କିରାଣ୍ଡୁଳକୁ ସଂଯୋଗ କରୁଥିବା କେକେ ରେଳପଥରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ମାଲବାହୀ ଟ୍ରେନ୍ର ପ୍ରାୟ ୮ଟି ବଗି କ୍ଷତିଗ୍ରସ୍ତ ହୋଇଛି।
Accident
ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍
କାର୍ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।
Accident
ମଝି ରାସ୍ତାରେ ଦୁଇ ବାଇକ୍ ପିଟି ହେଲେ
ଲୋକେ ୩ ବାଇକ୍ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେଲପଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।