Advertisment

ଜଳିଗଲା ଗ୍ରୋସରୀ ଦୋକାନ; ଥାନାରେ ଅଭିଯୋଗ

ଦୁର୍ବୃତ୍ତମାନେ ସଟରକାଟି ନିଆଁ ଲଗାଇଦେଇଥିବା ମାଲିକ ଅଭିଯୋଗ କରିଛନ୍ତି।

Fire

Fire

Advertisment

 ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସିଙ୍ଗାଖୁଣ୍ଟା ବଜାରରେ ଥିବା ଗ୍ରୋସରୀ ଦୋକାନରେ ନିଆଁ ଲାଗିଯାଇଛି। ଗ୍ରୋସରୀ ଦୋକାନରେ ଥିବା ଅନେକ ସାମଗ୍ରୀ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଦୁର୍ବୃତ୍ତମାନେ ସଟରକାଟି ନିଆଁ ଲଗାଇଦେଇଥିବା ମାଲିକ ଅଭିଯୋଗ କରିଛନ୍ତି।

Advertisment

ଆଜି ସକାଳେ ଦୋକାନଟି ହୁତୁ ହୁତୁ ହୋଇ ଜଳୁଥିବା ସ୍ଥାନୀୟ ଲୋକେ ଦେଖି ମାଲିକକୁ ଫୋନ୍‌ କରିଥିଲେ। ଏଥିସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଦୁର୍ବୃତ୍ତମାନେ ସଟରକାଟି ନିଆଁ ଲଗାଇଦେଇଥିବା ମାଲିକ ଅଭିଯୋଗ କରିଛନ୍ତି।

ଏନେଇ ସୋର ଥାନାରେ ଏତଲା ଦେଇଛନ୍ତି। ଗ୍ରୋସରୀ ଦୋକାନ ନିକଟରେ ଥିବା ଏକ ଇଲେକ୍ଟ୍ରିକ ଦୋକାନରେ ମଧ୍ୟ ନିଆଁ ଲାଗି କିଛି ଜିନିଷ ପତ୍ର ପୋଡ଼ିଯାଇଛି। ଗତ ୨୨ ତାରିଖରେ ଗ୍ରୋସରୀ ଦୋକାନ ମାଲିକଠାରୁ ଟଙ୍କା ଓ ମୋବାଇଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା।

Advertisment
Soro Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe