Advertisment

ହୁତୁହୁତୁ ହୋଇ ଜଳିଗଲା ସୁପରଫାଷ୍ଟ ଏକ୍ସପ୍ରେସ, କୋଚ୍‌ରୁ ଡେଇଁ ପଡ଼ିଲେ ଯାତ୍ରୀ

ଜଣେ ରେଳ ଅଧିକାରୀଙ୍କ କହିବା କଥା ଯେ ସୁପରଫାଷ୍ଟ ଏକ୍ସପ୍ରେର ଗୋଟିଏ ବଗି ଉତ୍ତର ପ୍ରଦେଶର ଇଟାୱା ଠାରେ ଜଳି ଯାଇଛି। ଟ୍ରେନଟି ସରାଇ ଭୂପାଟ ଷ୍ଟେସନ ଅତିକ୍ରମ କରୁଥିବା ବେଳେ ଗୋଟିଏ ସ୍ଲିପର କୋଚ୍‌ରୁ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଥିଲା।

Fire

Fire

Advertisment

ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସରେ ଲାଗିଛି ଭୟଙ୍କର ନିଆଁ। ହୁତୁହୁତୁ ହୋଇ ଜଳି ଯାଇଛି ସୁପରଫାଷ୍ଟ ଏକ୍ସପ୍ରେସର ଗୋଟିଏ ଯାତ୍ରୀବାହୀ ବଗି। ନଆଁର ଆଁରେ ବଗିଟି ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲେ ହେଁ ଏହା ମଧ୍ୟରେ ଥିବା ଯାତ୍ରୀମାନେ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ଅଗ୍ନିକାଣ୍ଡ ଯୋଗୁ କେହି ବି ମୃତାହତ ହୋଇନାହାନ୍ତି।

Advertisment

ଜଣେ ରେଳ ଅଧିକାରୀଙ୍କ କହିବା କଥା ଯେ ସୁପରଫାଷ୍ଟ ଏକ୍ସପ୍ରେର ଗୋଟିଏ ବଗି ଉତ୍ତର ପ୍ରଦେଶର ଇଟାୱା ଠାରେ ଜଳି ଯାଇଛି। ଟ୍ରେନଟି ସରାଇ ଭୂପାଟ ଷ୍ଟେସନ ଅତିକ୍ରମ କରୁଥିବା ବେଳେ ଗୋଟିଏ ସ୍ଲିପର କୋଚ୍‌ରୁ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଥିଲା।

ଷ୍ଟେସନ ମାଷ୍ଟର ଧୂଆଁ ଦେଖି ତୁରନ୍ତ ଲୋକୋ ପାଇଲଟଙ୍କୁ ଖବର ଦେଇଥିଲେ। ଲୋକୋ ପାଇଲଟ ଓ ଗାର୍ଡ ତୁରନ୍ତ ଟ୍ରେନକୁ ଅଟକାଇ ଦେଇଥିଲେ। ଯାତ୍ରୀମାନେ ମଧ୍ୟ ତୁରନ୍ତ କୋଚ୍‌ରୁ ଡିଆଁ ମାରିଥିଲେ।

Advertisment

କିଛି ଯାତ୍ରୀଙ୍କୁ କୋଚ୍‌ ମଧ୍ୟରୁ ବାହାର କରାଯାଇଥିଲା। ଯାତ୍ରୀମାନେ ବାହାରିବା କ୍ଷଣି ବଗିଟି ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା। କୁହାଯାଉଛି ଯେ ସ୍ଲିପର କୋଚରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଥିଲେ। ତଥାପି ସମସ୍ତେ ସୁରକ୍ଷିତ ରହିଛନ୍ତି। କିନ୍ତୁ ସେମାନଙ୍କ ଆସବବାପତ୍ର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି।

ରେଳ କର୍ମଚାରୀ ଓ ଅଗ୍ନିଶମ ବାହିନୀ ଦୀର୍ଘ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛନ୍ତି। କିନ୍ତୁ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

Train Accident Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe