Advertisment

ଲୋକସେବା ଭବନରେ ଅଗ୍ନିକାଣ୍ଡ

ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Lokaseva Bhavan

loka seva bhawan

ଭୁବନେଶ୍ୱର ଲୋକସେବା ଭବନରେ ନିଆଁ ଲାଗିଯାଇଛି। ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାର ପ୍ରଥମ ମହଲାରେ ନିଆଁ ଲାଗି ଥିବା ଜଣାପଡ଼ିଛି। ନିଆଁଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି।

Advertisment

ତେବେ ନିଆଁ କିପରି ଲାଗିଲା ତାହା ଜଣାପଡ଼ିନାହିଁ। ସର୍ଟ ସର୍କିଟରୁ ଲାଗିଲା  ନା ଆଉ କିଛି କାରଣ ଅଛି ଜଣାପଡ଼ି ନାହିଁ। ନିଆଁ ଲାଗି ଲୋକସଭାରେ କ’ଣ କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଏହି ସମୟରେ ରାଜସ୍ୱ ବିଭାଗ କୋଠାରେ କେହି କର୍ମଚାରୀ ଥିଲେ ନାହିଁ ତାହା ମଧ୍ୟ ଜଣାପଡ଼ିନାହିଁ। ଅନ୍ୟପକ୍ଷରେ  ଅଗ୍ନିଶମ ବାହିନୀ  ନିଆଁକୁ ଆୟତ୍ତ କରିବା ଉଦ୍ୟମ ଚଳାଇଛନ୍ତି।  

Bhubaneswar Fire Breakout