Advertisment

ଜୀବନ ଯୁଦ୍ଧରେ ଜିତିଗଲେ ବୃଦ୍ଧା;୧୨ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର

ବୃଦ୍ଧାଙ୍କ ସହ ଗାତରେ ଚିତି ସାପ ଥିଲା।

ଅଦ୍ୟତନ ହୋଇଛି
old woman

old woman

Advertisment

ଜୀବନ ଯୁଦ୍ଧରେ ଜିତିଗଲେ ୮୦ବର୍ଷୀୟ ବୃଦ୍ଧା। ୧୨ ଘଣ୍ଟା ପରେ ୨୦ ଫୁଟର ପରିତ୍ୟକ୍ତ ବୋରୱେଲ ଗାତରୁ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଛି। ତେବେ ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥା କିଭଳି ଅଛି ତାହା ଜଣାପଡ଼ିନି।

Advertisment

ଗତକାଲି ରାତିରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବୁର୍ଡା ରାସ୍ତାର କଇଁଫୁଲ ଗାଁର  ଜଣେ ବୃଦ୍ଧା ୨୦ ଫୁଟର ପରିତ୍ୟକ୍ତ ବୋରୱେଲ ଗାତରେ ଖସିପଡ଼ିଥିଲେ। ବୃଦ୍ଧା ଜଣଙ୍କ ଝିଅ ଘରୁ ନିଜ ଘରକୁ ଫେରୁଥିଲା ବେଳେ ଅସାବଧାନତା କାରଣରୁ ବୋରୱେଲ ଗାତରେ ଖସି ପଡ଼ିଥିଲେ। ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ ଆକ୍ରାନ୍ତ ପରିଶ୍ରମ ପରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା। ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳି ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ବୃଦ୍ଧାଙ୍କୁ ଉଦ୍ଧାର କରିବା ପାଇଁ   SRCଙ୍କ ନିର୍ଦ୍ଦେଶ କ୍ରମେ ୟ ୪୨ ଜଣିଆ NDRF ଟିମ୍‌ ମୁଣ୍ଡଳିରୁ ଯାଇଥିଲେ। ଏହି ଟିମ୍  ଛତିଶଗଡ଼ରେ ‘ଅପରେସନ ରାହୁଲ’ରେ ସାମିଲ ଥିଲେ। 

 ବୃଦ୍ଧାଙ୍କ ସହ ବୋରୱେଲ ଗାତରେ ଏକ ଚିତି ସାପ ଥିବା ସୂଚନା ରହିଛି। ହେଲେ ସାପଟି ବୃଦ୍ଧାଙ୍କର କିଛି କ୍ଷତି କରିନଥିଲା। ଅନ୍ୟ ପକ୍ଷରେ ବୃଦ୍ଧା ଜଣଙ୍କ ମୁକ ଓ ବଧିର ଥିଲେ। ସେଥିପାଇଁ ବୃଦ୍ଧା ଜଣଙ୍କ ବୋରୱେଲ ଭିତରେ ଥିବା ବେଳେ କୌଣସି ପ୍ରତିକ୍ରିୟା ପ୍ରକାଶ କରୁ ନଥିଲେ।  

Advertisment

ଅନ୍ୟପକ୍ଷରେ ସୁବର୍ଣ୍ଣପୁର ଏସ୍‌ପି ଅମରେଶ ପଣ୍ଡା କହିଛନ୍ତି, କିଏ ବୋରୱେଲ ଖୋଳି ତାକୁ  ଖୋଲା ଛାଡ଼ିଥିଲା ତାହାର ତଦନ୍ତ ହେବ। ତଦନ୍ତ ହୋଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe