Train
କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ l
ରାୟପୁରରୁ ବିଶାଖାପାଟଣା ଯାଉଥିବା ଟ୍ରେନର ଏକ ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା । ତୁରକେଲା ରେଲୱେ ଷ୍ଟେସନରୁ ଟ୍ରେନଟି ଆସିଥିବା ବେଳେ ତୁରେକେଲାର ଷ୍ଟେସନ ମାଷ୍ଟର ନିଆଁ ଲାଗିଯାଇଥିବା ସମ୍ପର୍କରେ କଣ୍ଟାବାଞ୍ଜି ଷ୍ଟେସନକୁ ଖବର ଦେଇଥିଲେ l
ଟ୍ରେନଟି କଣ୍ଟାବାଞ୍ଜି ଷ୍ଟେସନ ପହଞ୍ଚିବା ପରେ ଅଗ୍ନିଶମ ବିଭାଗ ତୁରନ୍ତ ନିଆଁକୁ ଆୟତ୍ତ କରିବା ନେଇ ଚେଷ୍ଟା ଜାରି ରଖିଛନ୍ତି । ଟ୍ରେନ ବଗିରେ କୋଇଲା ଥିବା ବେଳେ ଗୋଟିଏ ବଗିରେ ନିଆଁ ଲାଗିଛି l ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ଏ ସମ୍ପର୍କରେ ରେଲୱେ ଅଧିକାରୀ କିମ୍ବା ଅଗ୍ନିଶମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us