Advertisment

କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସରେ ଲାଗିଲା ନିଆଁ

ବ୍ରେକ ବାଇଣ୍ଡିଂରୁ ଟ୍ରେନରେ ନିଆଁ ଲାଗିଥିବା ସୂଚନା ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Train Fire

Train Fire

ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଯାଇଛି। ଭଦ୍ରକରେ ରମ୍ଭିଳା ନିକଟରେ ଆଜି ସକାଳେ କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା। ରେଲୱେ କର୍ମଚାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ।  

Advertisment

ଏକ୍ସପ୍ରେସଟି ଟ୍ରେନଟି ଦିବ୍ରୁଗଡ଼ରୁ କନ୍ୟାକୁମାରୀ ଯାଉଥିଲା। ରାଣୀତାଲ ନିକଟରେ ଟ୍ରେନର ଏକ ବଗିରୁ ଧୂଆଁ ବାହାରୁଥିବା ଗେଟ୍ କିପର ଦେଖିଥିଲେ। ଏନେଇ ତୁରନ୍ତ ଷ୍ଟେସନ ମାଷ୍ଟରକୁ ଜଣାଇବା ସହ ଲୋକ ପାଇଲଟକୁ ଜଣାଇଥିଲେ। ପରେ ରମ୍ଭିଳା ନିକଟରେ ଟ୍ରେନଟି ଅଟକାଯାଇ ରେଲୱେ କର୍ମଚାରୀଙ୍କ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିଲା। 

ବ୍ରେକ ବାଇଣ୍ଡିଂରୁ ଟ୍ରେନରେ ନିଆଁ ଲାଗିଥିବା ସୂଚନା ରହିଛି। ନିଆଁକୁ ଆୟତ୍ତ କରିବା ପରେ ନିର୍ଦ୍ଦିଷ୍ଟ ସମୟରୁ ୨୦ ମିନିଟ୍ ବିଳମ୍ବରେ ଟ୍ରେନଟି ଛାଡ଼ିଥିଲା।  

Advertisment
Fire Breakout Train Accident Bhadrak