Advertisment

ଚଳନ୍ତା ଟ୍ରେନ୍‌ ଉପରକୁ ଫାୟାରିଂ! ତଦନ୍ତ ଆରମ୍ଭ କଲା ପୁଲିସ୍‌

ଟ୍ରେନ୍‌ ଉପରକୁ ଗୁଳି ମାଡ଼ ହୋଇଥିବା ନେଇ ନନ୍ଦନକାନନ ଏକ୍ସପ୍ରେସର ଟ୍ରେନ ଗାର୍ଡ ଅଭିଯୋଗ କରିଛନ୍ତି। ତେବେ ଏହା ଫାୟାରିଂ ନା ଆଉ କିଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

author-image
Niharika Rout
ଅଦ୍ୟତନ ହୋଇଛି
spot Verification

spot Verification

ଚଳନ୍ତା ଟ୍ରେନ୍‌ ଉପରକୁ ଗୁଳି ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଆଜି ଭଦ୍ରକ ଷ୍ଟେସନର ୧୧୯ ନଂ ଗେଟ ନିକଟରେ ଘଟିଛି। ଟ୍ରେନ୍‌ ଉପରକୁ ଗୁଳି ମାଡ଼ ହୋଇଥିବା ନେଇ ନନ୍ଦନକାନନ ଏକ୍ସପ୍ରେସର ଟ୍ରେନ ଗାର୍ଡ ଅଭିଯୋଗ କରିଛନ୍ତି।

Advertisment

ଏହା ଫାୟାରିଂ ନା ଆଉ କିଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ଏଥିସହ ଏହା ଗୁଳିମାଡ଼ ଘଟଣା ହୋଇଥିଲେ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛି ତାହା ବି ତଦନ୍ତସାପେକ୍ଷ ।

ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଷ୍ଟେସନ ଅତିକ୍ରମ କରୁଥିଲା। ଟ୍ରେନ୍‌ଟି ଭଦ୍ରକ ଷ୍ଟେସନରୁ ଛାଡୁଥିବା ବେଳେ ଘଟଣା ଘଟିଥିବା ନେଇ ସମ୍ପୃକ୍ତ ଟ୍ରେନ ଥିବା ଗାର୍ଡ ଅଭିଯୋଗ କରିଛନ୍ତି। ଏନେଇ ଭଦ୍ରକ ଷ୍ଟେସନ ମ୍ୟାନେଜର ପୁଲିସ୍‌କୁ ସୂଚନା ଦେଇଥିଲେ। 

Advertisment

ଏହାପରେ ତୁରନ୍ତ GRP ପୁଲିସ୍ ଓ ସ୍ଥାନୀୟ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଟ୍ରେନ୍‌ ଲାଇନ୍‌ରୁ କୌଣସି ଗୁଳି ମିଳି ନାହିଁ । ସେଠାରେ ନୂଆ ଟ୍ରେନ ଲାଇନ କାମ ହେଉଛି । ବଡ଼ ବଡ଼ ବୋଲଡର ଛିଟିକି ପଡିଛି କିମ୍ବା ସତରେ ଫାୟାରିଂ ହୋଇଛି ତାହାର ତଦନ୍ତ ଜାରି ରହିଛି। ସମ୍ପୃକ୍ତ ଟ୍ରେନ କିମ୍ବା ଗାର୍ଡଙ୍କର କୌଣସି କ୍ଷତି ହୋଇ ନ ଥିବା ଷ୍ଟେସନ ମ୍ୟାନେଜର କହିଛନ୍ତି ।

Bhadrak Train Firing