Advertisment

ଅଟଳ ସେତୁରେ ପ୍ରଥମ ଦୁର୍ଘଟଣା; ଆପେ ଆପେ ପଲଟି ବାଡ଼ାରେ ପିଟି ହେଲେ କାର୍‌

ଭାରତର ଦୀର୍ଘତମ ସମୁଦ୍ର ସେତୁ ଉଦ୍‌ଘାଟନ ହେବାର ମାତ୍ର ୯ ଦିନ ପରେ ଘଟିଛି ପ୍ରଥମ ଦୁର୍ଘଟଣା। ଏହି ସେତୁ ପରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ ଆପେ ଆପେ ଓଲଟିଯିବାର ଭିଡିଓ ଏବେ ଭାଇରାଲ ହେଉଛି।

author-image
Niharika Rout
Accident

Accident

ଭାରତର ଦୀର୍ଘତମ ସମୁଦ୍ର ସେତୁ ଉଦ୍‌ଘାଟନ ହେବାର ମାତ୍ର ୯ ଦିନ ପରେ ଘଟିଛି ପ୍ରଥମ ଦୁର୍ଘଟଣା। ଏହି ସେତୁ ପରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ ଆପେ ଆପେ ଓଲଟିଯିବାର ଭିଡିଓ ଏବେ ଭାଇରାଲ ହେଉଛି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି, ଏକ ନାଲି ରଙ୍ଗର କାର୍‌ ଅଟଳ ସେତୁ ଉପରେ ଯାଉଥିବା ବେଳେ ତାହା ହଠାତ୍‌ ପଲଟିବାରେ ଲାଗୁଛି। କିଛି ଥର ପଲଟିବା ପରେ କାର୍‌ଟି ଆପେ ଆପେ ସେତୁର ବାଡ଼ ନିକଟରେ ଅଟକି ଯାଇଛି। ପଛରେ ଦ୍ରୁତ ଗତିରେ ଆସୁଥିବା କୌଣସି ଗାଡ଼ି ଏହି ଗାଡ଼ି ସହ ଧକ୍କା ହୋଇ ନ ଥିବାରୁ ବଡ଼ ଦୁର୍ଘଟଣା ଟଳି ଯାଇଥିବା ଜଣାଯାଇଛି।

ଉକ୍ତ ସମୟରେ କାର୍‌ରେ ୫ ଜଣ ଥିବା ବେଳେ ସେମାନେ ସାମାନ୍ୟ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ମହିଳା ଓ ୩ ଛୁଆ ଅଛନ୍ତି। ତୁରନ୍ତ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଜାନୁଆରୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ସେତୁକୁ ଲୋକାର୍ପିତ କରିଥିଲେ। ଅଟଳ ସେତୁ ହେଉଛି ଭାରତର ଦୀର୍ଘତମ ସମୁଦ୍ର ସେତୁ। ଏହାର ଲମ୍ବ ହେଉଛି ୨୧.୮ କିଲୋମିଟର। ଏହି ସେତୁ ମୁମ୍ବାଇର ସେୱରୀରୁ ବାହାରି ରାୟଗଡ଼ ଜିଲ୍ଲାର ଦହୱା ଶେୱାରେ ଶେଷ ହୋଇଛି। ପୂର୍ବରୁ ସାଉଥ୍‌ ମୁମ୍ବାଇରୁ ନଭି ମୁମ୍ବାଇକୁ ୨ ଘଣ୍ଟା ଲାଗୁଥିବା ବେଳେ ଏବେ ଅଟଳ ସେତୁରେ ଗଲେ ମାତ୍ର ୧୫ରୁ ୨୦ ମିନିଟ୍ ଲାଗିବ।

ଅଟଳ ସେତୁ ନିର୍ମାଣ ପାଇଁ ୭ ବର୍ଷ ଲାଗିଥିଲା। ଏଥିପାଇଁ ୧୭ ହଜାର ୮୪୦ କୋଟି ଟଙ୍କା ବ୍ୟୟ ହୋଇଛି। ଏହି ସେତୁ ୬ ଲେନ୍ ବିଶିଷ୍ଟ ହୋଇଛି। ବାଇକ୍, ଟ୍ରାକ୍ଟର ତଥା ଧିମା ଗତିରେ ଯା’ଆସ କରୁଥିବା ଗାଡ଼ିଗୁଡ଼ିକ ଏହା ଉପରେ ଚଳାଚଳ କରିପାରିବେ ନାହିଁ।

Mumbai Atal Setu