ସାଙ୍ଗମାନଙ୍କ ସହ ହସଖୁସିରେ ଖିଆପିଆ କରି ହଷ୍ଟେଲରେ ଶୋଇଥିଲେ ପ୍ରଥମ ଶ୍ରେଣୀ ଛାତ୍ରୀ । ମାତ୍ର ରାତି ଅଧରେ କାମୁଡ଼ି ଦେଲା ଚିତି ସାପ । ପିଲାଟିକୁ ତୁରନ୍ତ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଦର୍ପଙ୍ଗିଆ ଆବାସିକ ବିଦ୍ୟାଳୟରେ ଘଟିଛି । ମୃତ ଛାତ୍ରୀ ଜଣକ ହେଲେ ରିଧି ପ୍ରଧାନ ।
ଗତ ରାତିରେ ରିଧି ନିଜ ସାଙ୍ଗମାନଙ୍କ ସହ ହଷ୍ଟେଲରେ ଶୋଇଥିଲେ। ଏହି ସମୟରେ ଏକ ଚିତି ସାପ ଆସି ତାଙ୍କୁ କାମୁଡି ଦେଇଥିଲା । ସେ ଚିତ୍କାର କରିବା ପରେ ସମସ୍ତେ ନିଦରୁ ଉଠିଯାଇଥିଲେ । ପିଲାମାନେ ସାପଟିକୁ ଦେଖି ମାରିଦେଇଥିଲେ ।
ଏହାପରେ ତୁରନ୍ତ ହଷ୍ଟେଲ କର୍ମଚାରୀମାନେ ଗୁରୁତର ଛାତ୍ରୀଙ୍କୁ ଭଞ୍ଜନଗର ମେଡ଼ିକାଲକୁ ନେବା ସହ ତାଙ୍କ ପରିବାରବର୍ଗଙ୍କୁ ଖବର ଦେଇଥିଲେ। ପରିବାର ଲୋକ ସଙ୍ଗେସଙ୍ଗେ ମେଡିକାଲରେ ପହଞ୍ଚିଥିଲେ।
ସେଠାରେ ନାବାଳିକାଙ୍କ ଚିକିତ୍ସା ଚାଲିଥିଲେ ବି ଆଜି ସକାଳେ ଅବସ୍ଥା ସଙ୍କଟାପନ୍ନ ହେବା ସହ ତାଙ୍କ ମୃତ୍ୟୁ ହୋଇଥିଲା। ଭଞ୍ଜନଗର ପୁଲିସ ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।