Advertisment

ହଷ୍ଟେଲରେ ଶୋଇଥିଲେ ପ୍ରଥମ ଶ୍ରେଣୀ ଛାତ୍ରୀ, କାମୁଡ଼ି ଦେଲା ସାପ

ସାଙ୍ଗମାନଙ୍କ ସହ ହସଖୁସିରେ ଖିଆପିଆ କରି ହଷ୍ଟେଲରେ ଶୋଇଥିଲେ ପ୍ରଥମ ଶ୍ରେଣୀ ଛାତ୍ରୀ । ମାତ୍ର ରାତି ଅଧରେ କାମୁଡ଼ି ଦେଲା ଚିତି ସାପ ।

Snake

Snake

Advertisment

ସାଙ୍ଗମାନଙ୍କ ସହ ହସଖୁସିରେ ଖିଆପିଆ କରି ହଷ୍ଟେଲରେ ଶୋଇଥିଲେ ପ୍ରଥମ ଶ୍ରେଣୀ ଛାତ୍ରୀ । ମାତ୍ର ରାତି ଅଧରେ କାମୁଡ଼ି ଦେଲା ଚିତି ସାପ । ପିଲାଟିକୁ ତୁରନ୍ତ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଦର୍ପଙ୍ଗିଆ ଆବାସିକ ବିଦ୍ୟାଳୟରେ ଘଟିଛି । ମୃତ ଛାତ୍ରୀ ଜଣକ ହେଲେ ରିଧି ପ୍ରଧାନ ।

Advertisment

ଗତ ରାତିରେ ରିଧି ନିଜ ସାଙ୍ଗମାନଙ୍କ ସହ ହଷ୍ଟେଲରେ ଶୋଇଥିଲେ। ଏହି ସମୟରେ ଏକ ଚିତି ସାପ ଆସି ତାଙ୍କୁ କାମୁଡି ଦେଇଥିଲା । ସେ ଚିତ୍କାର କରିବା ପରେ ସମସ୍ତେ ନିଦରୁ ଉଠିଯାଇଥିଲେ । ପିଲାମାନେ ସାପଟିକୁ ଦେଖି ମାରିଦେଇଥିଲେ ।

ଏହାପରେ ତୁରନ୍ତ ହଷ୍ଟେଲ କର୍ମଚାରୀମାନେ ଗୁରୁତର ଛାତ୍ରୀଙ୍କୁ ଭଞ୍ଜନଗର ମେଡ଼ିକାଲକୁ ନେବା ସହ ତାଙ୍କ ପରିବାରବର୍ଗଙ୍କୁ ଖବର ଦେଇଥିଲେ। ପରିବାର ଲୋକ ସଙ୍ଗେସଙ୍ଗେ ମେଡିକାଲରେ ପହଞ୍ଚିଥିଲେ।

Advertisment

ସେଠାରେ ନାବାଳିକାଙ୍କ ଚିକିତ୍ସା ଚାଲିଥିଲେ ବି ଆଜି ସକାଳେ ଅବସ୍ଥା ସଙ୍କଟାପନ୍ନ ହେବା ସହ ତାଙ୍କ ମୃତ୍ୟୁ ହୋଇଥିଲା। ଭଞ୍ଜନଗର ପୁଲିସ ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି।

Ganjam Snake Bite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe