Advertisment

ଏସସିବିରେ ପ୍ରଥମ ହାପଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ମୃତ୍ୟୁ

ଏସସିବିରେ ପ୍ରଥମ କରି ୫୦ ପ୍ରତିଶତ ମେଳ ଖାଉଥିବା ବ୍ୟକ୍ତିଙ୍କଠାରୁ ଷ୍ଟେମ ଆଣି ପ୍ରତିରୋପଣ କରାଯାଇଥିଲା।

author-image
Tapaswini Nayak
SCB

SCB

କଟକ ଏସସିବି ମେଡିକାଲରେ ପ୍ରଥମ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ ରୋଗୀଙ୍କର ମୃତ୍ୟୁ ହୋଇଛି। ଆଜି ଭୋରରୁ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।

Advertisment

ଗତ ୯ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଅଞ୍ଚଳର ଶୁଭ୍ରାଂଶୁ ସାହୁ ନାମକ ଜଣେ ରୋଗୀଙ୍କର ଏସସିବିରେ ପ୍ରଥମ ହାପଲୋ ଟ୍ରାନସପ୍ଲାଣ୍ଟ କରାଯାଇଥିଲା। ଶୁଭ୍ରାଂଶୁଙ୍କ ସାନ ଭାଇର ଷ୍ଟେମ ଆଣି ପ୍ରତିରୋପଣ କରାଯାଇଥିଲା। ଏହି ଅସ୍ତ୍ରୋପଚାର ପରେ ଶୁଭ୍ରାଂଶୁ ଓ ତାଙ୍କ ସାନ ଭାଇଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିଲା। ଅସ୍ତ୍ରୋପଚାର ପର ଦିନ ଶୁଭ୍ରାଂଶୁଙ୍କ ସାନଭାଇଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଏହାସହ ଶୁଭ୍ରାଂଶୁ ସ୍ୱାସ୍ଥ୍ୟବସ୍ଥାର ସୁଧାର ଆସୁଥିଲା। ଏଦେଖି ଡାକ୍ତରମାନେ ଖୁସିଥିଲେ। ଆଜି ଭୋରରୁ ଶୁଭ୍ରାଂଶୁ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଶୁଭ୍ରାଂଶୁଙ୍କ ମୃତ୍ୟୁ ନେଇ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

ସୂଚନାଯୋଗ୍ୟ, ଏସସିବିରେ ପୂର୍ବରୁ ୧୦୦ ପ୍ରତିଶତ ଡୋନରରେ ଅସ୍ଥିମଜା ପ୍ରତିରୋପଣ କରାଯାଉଥିଲା। ହେଲେ ପ୍ରଥମ କରି ୫୦ ପ୍ରତିଶତ ମେଳ ଖାଉଥିବା ବ୍ୟକ୍ତିଙ୍କଠାରୁ ଷ୍ଟେମ ଆଣି ପ୍ରତିରୋପଣ କରାଯାଇଥିଲା।ଏହି ସଫଳ ଅସ୍ତ୍ରୋପଚାର କରି ଏସସିବି ମେଡିକାଲର ରକ୍ତ କର୍କଟ ବିଭାଗ ସୁନାମ ଆଣିଥିଲା। ହେଲେ ଆଜି ସକାଳେ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ ରୋଗୀଙ୍କର ମୃତ୍ୟୁ ହୋଇଥିଲା।

Advertisment
Cuttack Scb