Advertisment

ସୁସ୍ଥ ହେଉଛନ୍ତି ପନ୍ତ, ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଟ୍ୱିଟ୍‌

ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ରିଷଭ ପନ୍ତଙ୍କ ଟ୍ୱିଟ୍।

Rishab Pant

Rishab Pant

Advertisment

ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ରିଷଭ ପନ୍ତଙ୍କ ଟ୍ୱିଟ୍। ଟିମ୍ ଇଣ୍ଡିଆର ଏହି ଷ୍ଟାର କ୍ରିକେଟର ଟ୍ୱିଟ୍ କରି କହିଛନ୍ତି ଯେ, ତାଙ୍କ ଗୋଡରେ ହୋଇଥିବା ସର୍ଜରୀ ସଫଳ ରହିଛି। ବର୍ତ୍ତମାନ ସୁସ୍ଥ ହେବାର ଯାତ୍ରା ଆରମ୍ଭ ହୋଇସାରିଛି। ଆଗକୁ ଯେକୌଣସି ଚ୍ୟାଲେଞ୍ଜର ସାମ୍ନା କରିବାକୁ ସେ ପ୍ରସ୍ତୁତ ବୋଲି ଟ୍ୱିଟ୍ କରିଛନ୍ତି ପନ୍ତ।

Advertisment

ସମର୍ଥନ ଓ ଆଶୀର୍ବାଦ ପାଇଁ ବିସିସିଆଇ, ସମ୍ପାଦକ ଜୟ ଶାହ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପନ୍ତ। ଏଥିସହ ସମସ୍ତ ଫ୍ୟାନ୍, ଟିମ୍ ମେଟ୍ ଏବଂ ଡାକ୍ତରଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଡିସେମ୍ବର ୩୦ ତାରିଖରେ ଘରକୁ ଯାଉଥିବା ବେଳେ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଅବସ୍ଥାରେ ଗାଡି ମଧ୍ୟରୁ ତାଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଡେରାଡୁନରୁ ମୁମ୍ବାଇକୁ ପନ୍ତ ଏୟାରଲିଫ୍ଟ ହୋଇଥିଲେ।

Advertisment

ଏବେ ଦୁର୍ଘଟଣାର ୧୭ ଦିନ ପରେ ଟ୍ୱିଟ୍ କରି ସୁସ୍ଥ ହେଉଥିବାର ଖବର ଦେଇଛନ୍ତି ପନ୍ତ। ଫ୍ୟାନଙ୍କୁ ଗ୍ରାଉଣ୍ଡରେ ଦେଖିବାକୁ ସେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ବୋଲି ସେ କହିଛନ୍ତି।

Rishabh Pant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe