Advertisment

ମାଛ ବିକିବାକୁ ଯାଉଥିଲେ ବ୍ୟବସାୟୀ, ଚାପିଦେଲା ହାଇୱା

ଏକ ହାଇୱା ଚାପି ଦେବାରୁ ଘଟଣାସ୍ଥଳରେ ଜଣେ ମାଛ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି।

Police On Spot

Police On Spot

Advertisment

ଜଗତସିଂହପୁର ଜିଲା ପଲ୍ଲୀ ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ହାଇୱା ଚାପି ଦେବାରୁ ଘଟଣାସ୍ଥଳରେ ଜଣେ ମାଛ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତ ମାଛ ବ୍ୟବସାୟୀ ଜଣକ ହେଲେ ସ୍ଥାନୀୟ କାଂଶ ଗାଁର ରତ୍ନାକର ବେହେରା ।

Advertisment

ରତ୍ନାକର ଆଜି ସକାଳୁ ଏକ ଲୁନାରେ ମାଛ ନେଇ ବ୍ୟବସାୟ କରିବାକୁ ଯାଉଥିଲେ। ପଲି ଛକ ନିକଟରେ ଏକ ବାଲି ବୋଝେଇ ହାଇୱା ତାଙ୍କ ଉପରେ ମାଡି ଚାଲି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

ମୃତ ଦେହ ପ୍ରାୟ ଦୁଇ ଘଣ୍ଟା କାଳ ସେହିପରି ରାସ୍ତା ଉପରେ ପଡ଼ିଥିଲେ ମଧ୍ୟ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନ ଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଦୁଇ ଘଣ୍ଟା ପରେ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇବା ପରେ ହାଇୱାଟି ଫେରାର ହୋଇ ଯାଇଛି ।

Advertisment
Accident Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe