Advertisment

ମାଛ ଧରି ଫେରୁଥିଲେ, ମୁହାଣରେ ଓଲଟି ପଡ଼ିଲା ଡଙ୍ଗା

ପାରାଦୀପ ଅଞ୍ଚଳର କିଛି ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ। ସେମାନେ ମାଛ ଧରି ଆଜି ଅପରାହ୍ନରେ କୂଳକୁ ଫେରୁଥିଲେ। ତେବେ ହଠାତ୍‌ ମୁହାଣଠାରୁ ଅଳ୍ପଦୂର(ମହାନଦୀ ଓ ସମୁଦ୍ରର ମିଳନ ସ୍ଥଳ)ରେ ଡଙ୍ଗାଟି ଓଲଟି ପଡ଼ିଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Paradeep

Paradeep

ନୀଳ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ। ଆଜି ମାଛ ଧରି ଫେରୁଥିବା ବେଳେ ମୁହାଣରେ ଓଲଟି ପଡ଼ିଲା ଡଙ୍ଗା। ଯାହାଫଳରେ ୭ରୁ ୮ ଜଣ ମତ୍ସ୍ୟଜୀବୀ ବୁଡ଼ି ଯାଇଥିବା ଜଣାପଡ଼ିଛି। ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆଜି ଏପରି ଘଟଣା ଜଗତସିଂହପୁର ଜିଲ୍ଲା ପାରାଦୀପରେ ଘଟିଛି।

Advertisment

ପାରାଦୀପ ଅଞ୍ଚଳର କିଛି ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ। ସେମାନେ ମାଛ ଧରି ଆଜି ଅପରାହ୍ନରେ କୂଳକୁ ଫେରୁଥିଲେ। ତେବେ ହଠାତ୍‌ ମୁହାଣଠାରୁ ଅଳ୍ପଦୂର(ମହାନଦୀ ଓ ସମୁଦ୍ରର ମିଳନ ସ୍ଥଳ)ରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଯାହାଫଳରେ ମତ୍ସ୍ୟଜୀବୀମାନେ ବୁଡ଼ି ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ନିକଟରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ଉଦ୍ଧାର ପାଇଁ ଆସିଥିଲେ। ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ଡଙ୍ଗାରେ ୭ରୁ ୮ ଜଣଥିବା ଜଣାପଡୁଛି।

ରିପୋର୍ଟ- ପାରାଦୀପରୁ ରମାକାନ୍ତ ନାୟକ

Jagatsinghpur