Advertisment

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ, ପୋଖରୀରେ ବୁଡ଼ିଗଲେ ୫ ଶିଶୁ

ଡଙ୍ଗା ଓ କଏନ ଆଣିବାକୁ ଯାଇ ଘଟିଛି ଏଭଳି ଅଘଟଣ!

ଅଦ୍ୟତନ ହୋଇଛି
Dead

Dead

Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ପୋଖରୀରେ ବୁଡ଼ି ୫ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜଳାଶୟଗୁଡ଼ିକରେ ଡଙ୍ଗା ଭସାଯାଇଥିବା ବେଳେ କେଉଁଠି ପୋଖରୀରୁ ଡଙ୍ଗା ଆଣିବାକୁ ଯାଇ ତ କେଉଁଠି ଡଙ୍ଗାର ଥିବା କଏନ ସଂଗ୍ରହ କରିବାକୁ ଯାଇ ଏହି ଶିଶୁମାନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। 

Advertisment

ମାଲକାନଗିରି ନିକଟସ୍ଥ ଚମ୍ପାନଗର ଗ୍ରାମର ସାବିତ୍ରୀ ହନ୍ତାଳ ନିଜ ସାଙ୍ଗମାନଙ୍କ ସହ ପାଖ ପୋଖରୀକୁ ଯାଇଥିଲେ ଭସାଯାଇଥିବା ଡଙ୍ଗାଗୁଡ଼ିକରୁ କଏନ ସଂଗ୍ରହ ପାଇଁ। ଡଙ୍ଗାଗୁଡ଼ିକରୁ କଏନ ସଂଗ୍ରହ କରୁଥିବା ବେଳେ ବୁଡ଼ିଯାଇଥିଲେ ସାବିତ୍ରୀ। ଏହା ଦେଖି ତାଙ୍କ ସାଙ୍ଗମାନେ ଭୟରେ ସେଠାରୁ ଦୌଡ଼ି ପଳାଇଥିଲେ। ସେମାନେ ଏ ସଂପର୍କରେ କାହାକୁ କିଛି କହି ନଥିଲେ। ଅବଶ୍ୟ ପରେ ସାବିତ୍ରୀଙ୍କ ପରିବାର ଲୋକେ ଖବର ପାଇଥିଲେ ଯେ ସେ ପୋଖରୀରେ ବୁଡ଼ି ଯାଇଛନ୍ତି। ବହୁ ଖୋଜାଖୋଜି ପରେ ସାବିତ୍ରୀଙ୍କ ମୃତଦେହ ପୋଖରୀରୁ ମିଳିଥିଲା। ଗତ ବର୍ଷ ସାବିତ୍ରୀଙ୍କ ବାପା ତ୍ରିପତି ହନ୍ତାଳଙ୍କ ମୃତ୍ୟୁ ଘଟିଥିଲା। ଏବେ ଘରେ ତାଙ୍କ ମା’ ଓ ଦୁଇ ଭଉଣୀ ଅଛନ୍ତି।

କଟକ ଜିଲ୍ଲା କରମୁଆଁ ଗାଁରେ ପୋଖରୀରେ ଭାସୁଥିବା ଡଙ୍ଗା ଆଣିବାକୁ ଯାଇ ଏକ ୩ ବର୍ଷର ଶିଶୁ ବୁଡ଼ି ଯାଇଥିବା ଜଣାପଡ଼ିଛି। ମୃତ ଶିଶୁର ନାଁ ନୀତୀଶ ଭୋଇ। ତାଙ୍କ ବାପାଙ୍କ ନାଁ ପ୍ରଦୀପ ଭୋଇ।

Advertisment

ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ପଣିଶାପଡ଼ା ଗାଁରେ ପୋଖରୀରେ ଭାସୁଥିବା ଡଙ୍ଗା ଆଣିବାକୁ ଯାଇ ଗାଁର ଦିଲ୍ଲୀପ କୁମାର ଦାସଙ୍କ ୩ ବର୍ଷର ଝିଅ ଓ ମାନସ ନନ୍ଦଙ୍କ ୫ ବର୍ଷର ଝିଅ ବୁଡ଼ି ଯାଇଥିବା ଅଭିଯୋଗ ହୋଇଛି।

ବାଲେଶ୍ୱର ଜିଲ୍ଲା ଖଇରା ଥାନା ମାଖାନପୁର ପଞ୍ଚାୟତ ସାଉଣ୍ଡିଆ ଗ୍ରାମର ମଧୁସୂଦନ ମଳିକଙ୍କ ଏକ ମାତ୍ର ଶିଶୁ ପୁତ୍ର ଆଶୁତୋଷ ମଳିକ (୩) ଆଜି ମଧ୍ୟାହ୍ନରେ ଘର ନିକଟରେ ଥିବା ପୋଖରୀକୁ ଡଙ୍ଗା ଆଣିବାକୁ ଯାଇ ସେଠାରେ ବୁଡ଼ି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ପୋଖରୀରୁ ଆଶୁତୋଷକୁ ଉଦ୍ଧାର କରି ତୁଡ଼ିଗଡ଼ିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ପରିବାର ଲୋକେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଖଇରା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Drowning Death Drowning Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe