Advertisment

ଫ୍ୟାକ୍ଟ୍ରିଲେ ବିଷାକ୍ତ ଗ୍ୟାସ୍ ଲିକ୍, 5 ମୃତ

ମଧ୍ୟପ୍ରଦେଶର ଏକ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍ ଘଟି 5 ଜଣଙ୍କ ମୃତ୍ୟୁ। କମ୍ପାନୀ ମାଲିକଙ୍କୁ ଦାୟୀ କଲେ ମୃତକଙ୍କ ସମ୍ପର୍କୀୟ।

Rescue Force

Rescue Force

Advertisment

ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ଘଟି 5 ଜଣଙ୍କ ମୃତ୍ୟୁ। ମଧ୍ୟପ୍ରଦେଶର ମୋରେନା ସ୍ଥିତ ଏକ ଖାଦ୍ୟ ପ୍ରସ୍ତୁତ କାରଖାନାରେ ଏହି ଅଘଟଣ ଘଟିଛି। ବିଷାକ୍ତ ଗ୍ୟାସ ଲିକ କାରଣରୁ ଅଣନିଶ୍ୱାସୀ ହୋଇ 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ। ଦୁର୍ଘଟଣା ପାଇଁ ମାଲିକଙ୍କୁ ଦାୟୀ କରି କମ୍ପାନୀ ନିକଟରେ ଉତ୍ତେଜନା।

Advertisment

ସୂଚନା ଅନୁସାରେ, ମୋରେନାରେ ଥିବା ସାକ୍ଷୀ ଫୁଡ୍ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଛି। ପୂର୍ବାହ୍ନ 11ଟା ସମୟରେ କୌଣସି କାରଣରୁ କାରଖାନାରେ ଗ୍ୟାସ୍ ଲିକ୍ ହୋଇଥିଲା। ଏହି ସମୟରେ କାରଖାନାରେ ଶ୍ରମିକମାନେ ମଧ୍ୟ ଥିଲେ। ଦୁଇ ଜଣ ଶ୍ରମିକ ବାହାରେ ଦୁର୍ଗନ୍ଧ ବାରି କାରାଖାନାକୁ ଯାଇଥିଲେ। କିନ୍ତୁ ସେମାନେ ଅସୁସ୍ଥ ହୋଇ ପଡିଥିଲେ। ଏନେଇ ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। କାରଖାନାରେ ଥିବା ଶ୍ରମିକଙ୍କ ସମୟରେ ବାହାରୁ ଯାଇଥିବା ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ 5 ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ଖବର ପାଇ ପୁଲିସ ଓ ପ୍ରଶାସନର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇ ଥିବାବେଳେ କେଉଁ କାରଣରୁ ଗ୍ୟାସ୍ ଲିକ୍ ହେଲା ତାର ଅନୁସନ୍ଧାନ କରୁଛ୍ତି। ସେପଟେ ମୃତ ଶ୍ରମିକଙ୍କ ସମ୍ପର୍କୀୟ ପହଞ୍ଚି ଉତ୍ତେଜନା ସୃଷ୍ଟି କରିଛନ୍ତି। ମୃତକଙ୍କ ସମ୍ପର୍କୀୟମାନେ ଏନେଇ କାରଖାନା ମାଲିକଙ୍କୁ ଦାୟୀ କରିବା ସହ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି। ସମସ୍ତ ମୃତକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ମଧ୍ୟ ଦାବି କରାଯାଇଛି। 

ଜିଲ୍ଲାପାଳ ମଧ୍ୟ ପ୍ରତିଶ୍ରୁତି ଦେଇ ସମସ୍ତ ମୃତକଙ୍କୁ ଆଇନଗତ ଦୃଷ୍ଟିରୁ ସହାୟତା ଯୋଗାଇ ଦିଆଯିବ ଏବଂ ପରିବାରର ଜଣଙ୍କୁ ଚାକିରି ଦିଆଯିବ ବୋଲି କହିବା ପରେ ଉତ୍ତେଜନା ଥମିଛି। 

Accident Factory Gas Leak News MP Gas Leak In Factory
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe