Advertisment

ସକାଳୁ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ୫ ଗୁରୁତର

ଆଜି ସକାଳେ ଏହି ଅଘଟଣ ଘଟିଥିବା ବେଳେ ଦମକଳ ବାହିନୀ ପ୍ରାୟ ଘଣ୍ଟେରୁ ଊର୍ଦ୍ଧ୍ୱ ସମୟ ପରେ ନିଆଁକୁ କାବୁ କରି ପାରିଛନ୍ତି।

ଅଦ୍ୟତନ ହୋଇଛି
Blast

Blast

Advertisment

ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇ ୫ ଜଣ ଗୁରୁତର ହୋଇଛନ୍ତି। ଆଜି ସକାଳେ ଏହି ଅଘଟଣ ଘଟିଥିବା ବେଳେ ଦମକଳ ବାହିନୀ ପ୍ରାୟ ଘଣ୍ଟେରୁ ଊର୍ଦ୍ଧ୍ୱ ସମୟ ପରେ ନିଆଁକୁ କାବୁ କରି ପାରିଛନ୍ତି।

Advertisment

ବାନ୍ଦ୍ରା ଅଞ୍ଚଳରେ ଥିବା ଏକ ଘରେ ଆଜି ସକାଳୁ ହଠାତ୍‌ ଗ୍ୟାସ୍‌ ବ୍ଲାଷ୍ଟ ହୋଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ତୁରନ୍ତ ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ଘଣ୍ଟାଏ ପରେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ୫ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। 

ଗୁରୁତରଙ୍କ ମଧ୍ୟରେ କିଛି ବୟସ୍କ ଥିବାରୁ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଏହା ପୂର୍ବରୁ ଗୁରୁବାର ରାତିରେ ମୁମ୍ବାଇର ମଲାଡ ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଥିଲା। ମାତ୍ର ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।

Fire Accident Mumbai Gas Leak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe