Advertisment

ଟ୍ରକ୍‌କୁ ପିଟିଲା ବସ୍‌: ୫ ପୋଲିଂ କର୍ମଚାରୀ ଆହତ

ବସ୍‌ରେ ଥିବା ୧୮ ଜଣ ପୋଲିଂ କର୍ମଚାରୀଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

author-image
Jitendra Garnayak
Accident

Accident

ଭୋଟ୍ ସାରି ଇଭିଏମ୍ ନେଇ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ପୋଲିଂ ପାର୍ଟି। ଘାଟି ରାସ୍ତାରେ ଏକ ଟ୍ରକକୁ ପଛରୁ ଧକ୍କା ଦେଇଛି ସେମାନଙ୍କୁ ନେଇ ଆସୁଥିବା ବସ୍। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବଡ଼ରମା ଘାଟିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା।

Advertisment

ଏହି ଦୁର୍ଘଟଣାରେ ବସ୍‌ରେ ଥିବା ୧୮ ଜଣ ପୋଲିଂ କର୍ମଚାରୀଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।  

ଗତକାଲି ରାତି ପ୍ରାୟ ୯ଟା ବେଳେ ୩ଟି ବୁଥ ୨୫୮, ୨୫୯ ଓ ୨୬୦ର ଭୋଟ୍ ସାରି ୧୮ ଜଣ ପୋଲିଂ କର୍ମଚାରୀ ବସରେ ଫେରୁଥିଲେ। ରାତି ପ୍ରାୟ ୧୧ଟା ବେଳେ ୫୩ 
ନମ୍ବର ଜାତୀୟ ରାଜପଥ ବଡ଼ରମା ବୁଲାଣିରେ ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ବସ୍‌ଟି।

Advertisment

ଅନ୍ୟପକ୍ଷରେ ଦୁର୍ଘଟଣା ଖବର ପାଇ ଜମନକିରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଇଭିଏମ୍ ଓ ଭିଭିପାଟ୍ ସମେତ ଅନ୍ୟାନ୍ୟ ଭୋଟିଂ ସାମଗ୍ରୀ ଗୁଡ଼ିକୁ କୁଚିଣ୍ଡା କଲେଜ ସ୍ଥିତ ଡସବର୍ସାଲ୍ 
ସେଣ୍ଟରକୁ ପଠାଇଥିବା ସୂଚନା ମିଳିଛି।

Accident Road Accident