/odisha-reporter/media/post_attachments/uploadimage/library/16_9/16_9_0/IMAGE_1756045521.jpg)
Prakash Nayak
ଫୁଟ୍ବଲ୍ ମ୍ୟାଚ୍ ଚାଲିଥିବା ବେଳେ ପଡ଼ିଆରେ ଟଳି ପଡ଼ିଲେ ଜଣେ ଖେଳାଳି। ଘଟଣାଟି ଘଟିଛି ଦେବଗଡ଼ ସହରରେ। ମୃତକଙ୍କ ନାଁ ପ୍ରକାଶ ନାୟକ।
ସହରର ଇନ୍ଦିରା ଗାନ୍ଧି ଷ୍ଟାଡିୟମରେ ଚାଲିଥିବା କାଉନସିଲର୍ କପ୍ରେ ଘଟିଛି ଏହି ଅଘଟଣ। ଆଜି ଦେବଗଡ଼ ପୌରାଞ୍ଚଳର ୨ ନଂ ଓ ୭ ନଂ ୱାର୍ଡ ମଧ୍ୟରେ ଚାଲିଥିଲା ମୁକାବିଲା। ଖେଳ ଆଗେଇ ଚାଲିଥିବା ବେଳେ ହଠାତ୍ ପଡ଼ିଆରେ ପଡ଼ିଯାଇଥିଲେ ୨ ନଂ ୱାର୍ଡର ପ୍ରକାଶ ନାୟକ। ଆଉ ଉଠି ନଥିଲେ। ତାଙ୍କୁ ସେଠାରୁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରକାଶଙ୍କ ମୃତ୍ୟୁ କେମିତି ହେଲା, ତାହା ସ୍ପଷ୍ଟ ହୋଇପାରିନାହିଁ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡାକ୍ତର କହିଛନ୍ତି।
ମୃତ ପ୍ରକାଶ (ଲାଲ ରଙ୍ଗର ବୃତ୍ତରେ ଚିହ୍ନିତ)ଅନ୍ୟପକ୍ଷରେ ମ୍ୟାଚ୍ ବେଳେ ସେଠାରେ ଏମର୍ଜେନ୍ସୀ ପାଇଁ ଆମ୍ବୁଲାନ୍ସଟିଏ ନଥିଲା। ସେଥିପାଇଁ ଦେବଗଡ଼ ମ୍ୟୁନିସିପାଲିଟି ଓ ଜିଲ୍ଲା କ୍ରୀଡ଼ା ସଂଘକୁ ଲୋକେ ସମାଲୋଚନା କରୁଛନ୍ତି। କାରଣ ସ୍ୱାୟତ୍ତ ଶାସନ ଦିବସ ପାଇଁ ଦେବଗଡ଼ ମ୍ୟୁନିସିପାଲିଟି ଏହି କପ୍ ଆୟୋଜନ କରିଥିବା ବେଳେ ଜିଲ୍ଲା କ୍ରୀଡ଼ା ସଂଘ ଏହାର ପରିଚାଳନା କରୁଛି। ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି କପ୍ ଆସନ୍ତା ୩୦ ତାରିଖରେ ଶେଷ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
