Advertisment

ଫୁଟବଲ୍ ମ୍ୟାଚ୍ ବେଳେ ପଡ଼ିଆରେ ଟଳିପଡ଼ିଲେ ଖେଳାଳି

ଦେବଗଡ଼ ସହରର ଇନ୍ଦିରା ଗାନ୍ଧି ଷ୍ଟାଡିୟମରେ ଚାଲିଥିବା କାଉନସିଲର୍‌ କପ୍‌ରେ ଘଟିଛି ଏହି ଅଘଟଣ।

ଅଦ୍ୟତନ ହୋଇଛି
Prakash Nayak

Prakash Nayak

Advertisment

ଫୁଟ୍‌ବଲ୍‌ ମ୍ୟାଚ୍ ଚାଲିଥିବା ବେଳେ ପଡ଼ିଆରେ ଟଳି ପଡ଼ିଲେ ଜଣେ ଖେଳାଳି। ଘଟଣାଟି ଘଟିଛି ଦେବଗଡ଼ ସହରରେ। ମୃତକଙ୍କ ନାଁ ପ୍ରକାଶ ନାୟକ।

Advertisment

ସହରର ଇନ୍ଦିରା ଗାନ୍ଧି ଷ୍ଟାଡିୟମରେ ଚାଲିଥିବା କାଉନସିଲର୍‌ କପ୍‌ରେ ଘଟିଛି ଏହି ଅଘଟଣ। ଆଜି ଦେବଗଡ଼ ପୌରାଞ୍ଚଳର ୨ ନଂ ଓ ୭ ନଂ ୱାର୍ଡ ମଧ୍ୟରେ ଚାଲିଥିଲା ମୁକାବିଲା। ଖେଳ ଆଗେଇ ଚାଲିଥିବା ବେଳେ ହଠାତ୍ ପଡ଼ିଆରେ ପଡ଼ିଯାଇଥିଲେ ୨ ନଂ ୱାର୍ଡର ପ୍ରକାଶ ନାୟକ। ଆଉ ଉଠି ନଥିଲେ। ତାଙ୍କୁ ସେଠାରୁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରକାଶଙ୍କ ମୃତ୍ୟୁ କେମିତି ହେଲା, ତାହା ସ୍ପଷ୍ଟ ହୋଇପାରିନାହିଁ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡାକ୍ତର କହିଛନ୍ତି।

Advertisment
Prakash and othersମୃତ ପ୍ରକାଶ (ଲାଲ ରଙ୍ଗର ବୃତ୍ତରେ ଚିହ୍ନିତ)

ଅନ୍ୟପକ୍ଷରେ ମ୍ୟାଚ୍‌ ବେଳେ ସେଠାରେ ଏମର୍ଜେନ୍ସୀ ପାଇଁ ଆମ୍ବୁଲାନ୍ସଟିଏ ନଥିଲା। ସେଥିପାଇଁ ଦେବଗଡ଼ ମ୍ୟୁନିସିପାଲିଟି ଓ ଜିଲ୍ଲା କ୍ରୀଡ଼ା ସଂଘକୁ ଲୋକେ ସମାଲୋଚନା କରୁଛନ୍ତି। କାରଣ ସ୍ୱାୟତ୍ତ ଶାସନ ଦିବସ ପାଇଁ ଦେବଗଡ଼ ମ୍ୟୁନିସିପାଲିଟି ଏହି କପ୍‌ ଆୟୋଜନ କରିଥିବା ବେଳେ ଜିଲ୍ଲା କ୍ରୀଡ଼ା ସଂଘ ଏହାର ପରିଚାଳନା କରୁଛି। ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି କପ୍ ଆସନ୍ତା ୩୦ ତାରିଖରେ ଶେଷ ହେବ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe