Advertisment

ଗାଡ଼ି ଟ୍ରାଏଲ୍‌ ବେଳେ ଦୁର୍ଘଟଣା, ଦୁଇ ରେଞ୍ଜରଙ୍କ ସମେତ ୪ ମୃତ

ଦୁର୍ଘଟଣାରେ ଓ୍ୱାଇଲ୍ଡ ଲାଇଫ୍‌ ଓ୍ୱାଡେର୍ଣ୍ଣ ନିଖୋଜ ଅଛନ୍ତି। କେନାଲକୁ ଖସିପଡ଼ିଥିବା ଆଶଙ୍କା କରାଯାଉଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
rishikesh-accident

rishikesh-accident

ଭୟଙ୍କର ଦୁର୍ଘଟଣା। ଗଛରେ ପିଟି ହେଲା ଗାଡ଼ି। ଏଥିରେ ବନବିଭାଗର ଦୁଇ ରେଞ୍ଜରଙ୍କ ସମେତ ଚାଲିଗଲା ୪ ଜଣଙ୍କ ପ୍ରାଣ। ସେହିପରି ଆଉ ଜଣେ କେନାଲରେ ବୁଡି ନିଖୋଜ ଅଛନ୍ତି। ଉତ୍ତରାଖଣ୍ଡର ଋଷିକେଶରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ଋଷିକେଶର ଚିଲା ମାର୍ଗରେ ବନ ବିଭାଗ ଅଧିକାରୀମାନେ ନୂଆ ଇଲେକ୍‌ଟ୍ରିକ୍‌ ଗାଡିର ଟ୍ରାଏଲ କରୁଥିଲେ। ଏତିକି ବେଳେ ଚିଲା-ଋଷିକେଶର ବୈରାଜ ମାର୍ଗରେ ହଠାତ୍‌ ଗାଡିର ଟାୟର୍‌ ଫାଟି ଯାଇଥିଲା। ଏଥିରେ ନିୟନ୍ତ୍ରଣ ହରାଇ ଗାଡିଟି ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ବନବିଭାଗର ଦୁଇ ରେଞ୍ଜରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି।

ମୃତ ରେଞ୍ଜର ଦୁଇ ଜଣ ଶୈଲେସ ଘିଲ୍ଡିୟାଲ ଓ ପ୍ରମୋଦ ଧ୍ୟାନି ବୋଲି ପରିଚୟ ମିଳିଛି। ଶୈଲେସ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିୟୋଜିତ ଥିବା ଆଇଏଏସ୍‌ ମଙ୍ଗେଶ ଘିଲ୍ଡିୟାଲଙ୍କ ଭାଇ ବୋଲି ଜଣାପଡିଛି। ସେହିପରି ଦୁର୍ଘଟଣା ଯୋଗୁ ଜଣେ ଓ୍ୱାଇଲ୍ଡ ଲାଇଫ ଓ୍ୱାଡେର୍ଣ୍ଣ ନିକଟରେ ଥିବା କେନାଲକୁ ଖସିପଡିଥିବା ଆଶଙ୍କା କରାଯାଉଛି। ରାଜାଜୀ ଟାଇଗର ରିଜର୍ଭର ଓ୍ୱାଇଲ୍ଡ ଲାଇଫ୍‌ ଓ୍ୱାଡେର୍ଣ୍ଣ ଆଲୋକଙ୍କୁ ଖୋଜିବା ପାଇଁ ଏନ୍‌ଡିଆର୍‌ଏଫ୍‌ର ଟିମ୍‌ ପହଞ୍ଚି କେନାଲରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି।

Advertisment

AIIMS ରୁ ମିଳିଥିବା ସୂଚନା ଅନୁଯାୟୀ, ସେଠାରେ ୪ ଜଣଙ୍କ ମୃତ ଲୋକଙ୍କୁ ଅଣାଯାଇଛି। ଏହା ବ୍ୟତୀତ ପାଞ୍ଚ ଜଣ ଆହତ ଜଙ୍ଗଲ କର୍ମଚାରୀଙ୍କୁ AIIMS ର ଟ୍ରମା ସେଣ୍ଟରରେ ଚିକିତ୍ସା କରାଯାଉଛି।

Accident Rishikesh Accident Forest Rangers Wildlife Warden