Advertisment

ମଝି ସମୁଦ୍ରରେ ଟଳି ପଡ଼ିଲେ ବନ କର୍ମଚାରୀ, ପାଟ୍ରୋଲିଂ ପାଇଁ ଯାଇଥିଲେ

ମଝି ସମୁଦ୍ରକୁ ପାଟ୍ରୋଲିଂ ପାଇଁ ଯାଇଥିଲେ। ସେଠାରେ ଅନ୍ୟମାନଙ୍କ ସହ ମିଶି ବେଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲରକୁ ଧରିଥିଲେ। ମାତ୍ର ଏହାପରେ ଛାତିରେ ଯନ୍ତ୍ରଣା ହେଲା ଓ ଟଳିପଡିଲେ ବନକର୍ମଚାରୀ ।

author-image
Niharika Rout
ଅଦ୍ୟତନ ହୋଇଛି
Fiorest Staff

Fiorest Staff

ମଝି ସମୁଦ୍ରକୁ ପାଟ୍ରୋଲିଂ ପାଇଁ ଯାଇଥିଲେ। ସେଠାରେ ଅନ୍ୟମାନଙ୍କ ସହ ମିଶି ବେଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲରକୁ ଧରିଥିଲେ। ମାତ୍ର ଏହାପରେ ଛାତିରେ ଯନ୍ତ୍ରଣା ହେଲା ଓ ଟଳିପଡିଲେ ବନକର୍ମଚାରୀ । ଏପରି ଏକ ଘଟଣା ଗତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଘଟିଛି। ମୃତ ବନକର୍ମଚାରୀଜଣକ ହେଲେ ଚଞ୍ଚଳ ମାଇତି ।

Advertisment

ଚଞ୍ଚଳ ମାଇତି ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ରାଜନଗର ବନ ବିଭାଗ ଅଧୀନରେ ଟ୍ରଲର ଡ୍ରାଇଭର ଭାବେ କାମ କରୁଥିଲେ। ଗତ ରାତିରେ ଅନ୍ୟ କର୍ମଚାରୀଙ୍କ ସହ ସେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ୧୩ କିଲୋମିଟର ସମୁଦ୍ର ମଝିକୁ ଯାଇଥିଲେ।

ସେଠାରେ ବନ କର୍ମଚାରୀମାନେ ବେଆଇନ ଭାବେ ମାଛ ମାରୁଥିବା ନାଗେଶ୍ୱର ନାମକ ଟ୍ରଲରକୁ ରାତି ପ୍ରାୟ ୧୨ଟା ବେଳକୁ ଜବତ କରିଥିଲେ। ଏଥିସହ ସେଥିରେ ଥିବା ମସ୍ୟଜୀବୀଙ୍କୁ ବନବିଭାଗ ଧରିଥିଲା ।

Advertisment

ଏହି ସମୟରେ ଶୋଷ ଲାଗିବାରୁ ଚଞ୍ଚଳ ମାଇତି ପାଣି ପିଇଥିବା ବେଳେ କିଛି ସମୟ ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଦେଖୁ ଦେଖୁ ଆଖି ପିଛୁଳାକେ ସେଠାରେ ହିଁ ଟଳି ପଡ଼ିଥିଲେ । ସମୁଦ୍ର ମଝିରେ ଥିବା ବନ କର୍ମଚାରୀ ଏ ସଂକ୍ରାନ୍ତରେ ନିଜ କାର୍ଯ୍ୟାଳୟକୁ ଅବଗତ କରାଇଥିଲେ। ତୁରନ୍ତ ଅନ୍ୟ ଏକ ଟ୍ରଲରକୁ ସମୁଦ୍ରକୁ ପଠାଯାଇଥିବା ବେଳେ ସେଥିରେ ସମସ୍ତେ କୂଳକୁ ଆସିଥିଲେ। 

 ଅନ୍ୟ ବନ କର୍ମଚାରୀମାନେ ଚଞ୍ଚଳଙ୍କୁ ସଙ୍ଗେ ସଙ୍ଗେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଖବର ପାଇ ଚଞ୍ଚଳ ମାଇତିଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିଛନ୍ତି। ତାଙ୍କ ପୁଅ କହିଛନ୍ତି, କାଲି ରାତି ୮ ବେଳେ ଘରୁ ଡ୍ୟୁଟି ପାଇଁ ବାପା ବାହାରି ଯାଇଥିଲେ। ବାପାଙ୍କ ମୃତ୍ୟୁ ହୋଇଥିବା ରାତି ୪ଟାରେ ଖବର ପାଇଲୁ। ଏହି ଖବର ଆମକୁ ଶକ୍ତ ଆଘାତ ଦେଇଥିବା ବେଳେ ଆମେ ଏହାକୁ ସହଜେ ବିଶ୍ୱାସ କରି ପାରୁନୁ।

Kendrapada Hearth Attack