Advertisment

ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର

ପାରିପାର୍ଶ୍ୱିକ ସ୍ଥିତିରୁ ଦୀର୍ଘ ୫ ରୁ ୮ ଦିନ ଦନ୍ତାହାତୀ ମରିଥିବା ଜଣାପଡିଛି।

author-image
Biswajit Samal
Elephant

Elephant Death

ବଡମ୍ବା ରେଞ୍ଜ ଅଧିନ ନିଜିଗଡ଼ ନିକଟରେ ଥିବା ଜଗା ବେହେରା ଥୋଲି ରିଜର୍ଭ ଫରେଷ୍ଟରୁ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର ହୋଇଛି। ୧୫ ବର୍ଷୀୟ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ବଡ଼ମ୍ବା ରେଞ୍ଜର ସୀତାରାମ ଶବର ସୂଚନା ଦେଇଛନ୍ତି।

Advertisment

ଆଜି ସକାଳ ସମୟରେ ପ୍ରାଟୋଲିଙ୍ଗ ବେଳେ ଦେଖିବାକୁ ପାଇଥିଲେ ଫରେଷ୍ଟର ଓ ହାତୀ ସ୍କ୍ୱାର୍ଡ। ପାରିପାର୍ଶ୍ୱିକ ସ୍ଥିତିରୁ ଦୀର୍ଘ ୫ ରୁ ୮ ଦିନ ଦନ୍ତାହାତୀ ମରିଥିବା ଜଣାପଡିଛି।

ତେବେ କିପରି ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ବଡ଼ମ୍ବା ପ୍ରାଣୀଧନ ଚିକିତ୍ସା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ଆରମ୍ଭ କରିଥିବା ବେଳେ ଦୁଇଟି ଦାନ୍ତ ଜବତ କଟିଛି ବଡମ୍ବା ବନ ବିଭାଗ। ତେବେ ହାତୀଟି ପ୍ରଥମେ ଅସୁସ୍ଥ ହୋଇ ପଡ଼ିଥିଲା। ସଠିକ ଭାବେ ଚିକିତ୍ସା ସେବା ନପାଇ ମରି ଥିବା ଅନୁମାନ କରାଯାଉଛି।

Advertisment
Cuttack Elephant Death