Advertisment

ପୂର୍ବତନ ଭଟଲି ବିଧାୟକ କୁମର ବେହେରାଙ୍କ ପରଲୋକ

ସ୍ୱର୍ଗତ ବେହେରାଙ୍କ ଅନ୍ତିମ ସଂସାର ନିଜ ଜନ୍ମମାଟି ଅତାବିରା ବ୍ଲକ ହିର୍ଲୀପାଲିରେ କରାଯାଇଛି।

ଅଦ୍ୟତନ ହୋଇଛି
Kumar Behara

Kumar Behara

Advertisment

ପୂର୍ବତନ ଭଟଲି ବିଧାୟକ କୁମର ବେହେରାଙ୍କ ମୃତ୍ୟୁ ଘଟିଛି। ଆଜି ଭୋର ପ୍ରାୟ ୫ଟା ସମୟରେ ଏକ ଘରୋଇ ନସିଂହୋମରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା।

Advertisment

ଜନତା ଦଳରୁ ୧୯୯୦ ମସିହାରେ ସ୍ୱର୍ଗତ ବେହେରା ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୭ରେ  ସେ ବିଜେପି ଦଳରେ ଯୋଗ ଦେଇଥିଲେ। ପରେ ଦୀର୍ଘଦିନ ଧରି ପ୍ରତ୍ୟେକ୍ଷ ରାଜନୀତିରେ ନ ଥିଲେ।

ସ୍ୱର୍ଗତ ବେହେରାଙ୍କ ଅନ୍ତିମ ସଂସାର ତାଙ୍କ ଜନ୍ମମାଟି ଅତାବିରା ବ୍ଲକ ହିର୍ଲୀପାଲିରେ କରାଯାଇଛି। ସ୍ୱର୍ଗତ ବେହେରାଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ସେହିପରି ସ୍ୱର୍ଗତ ବେହେରାଙ୍କ ବିୟୋଗରେ ତାଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ତାଙ୍କର ୩ଟି ପୁଅ ଓ ଜଣେ ଝିଅ ଅଛନ୍ତି।

Advertisment
Deadbody Bargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe