ହାତୀ ଆକ୍ରମଣରେ ଗଲା ବନ କର୍ମଚାରୀଙ୍କ ଜୀବନ। ବଲାଙ୍ଗିର ଜିଲ୍ଲାରେ ଏପରି ଘଟଣା ଘଟିଛି। ମୃତ ବନ କର୍ମଚାରୀ ଜଣଙ୍କ ହେଲେ ରୂପେଶ ଛାତ୍ରିଆ।
ଗତକାଲି କଣ୍ଟାବାଞ୍ଜି ରେଞ୍ଜ ଢୋଲମଣ୍ଡଳ ସେକ୍ସନର ବାନ୍ଧନପାଲି ଗାଁ ଭିତରକୁ ଏକ ହାତୀ ପଲ ପଶି ଆସିଥିଲେ। ଏହି ସମୟରେ ବନ ବିଭାଗ ଟିମ୍ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ।ହଠାତ ହାତୀଟି ବନ କର୍ମଚାରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା।
Also Read
ଆକ୍ରମଣରେ ପାରା ସ୍କ୍ବାଡ୍ ପ୍ରଶାନ୍ତ ନାଏକ, ଗଜସାଥୀ ରୂପେଶ ଛତ୍ରୀଆ ଓ ବନ କର୍ମଚାରୀ ତାରେଶ୍ୱର ରଣା ଗୁରୁତର ହୋଇଥିଲେ। ୩ଜଣ ଗୁରୁତରଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତରାତିରେ ଗଜସାଥୀ ରୂପେଶ ଛାତ୍ରିଆଙ୍କ ମୃତ୍ୟୁ ହୋଇଛି।
ତେବେ ହାତୀକୁ ଘଉଡ଼ାଇବା ସମୟରେ ପ୍ରଟୋକାଲ ଫଲୋ କରାଯାଇଥିଲା ନା ନାହିଁ, ନିରାପତ୍ତା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ନା ନାହିଁ, ତାକୁ ନେଇ ପ୍ରଶ୍ନବାଚୀ
ସୃଷ୍ଟି ହୋଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅଜିତ କୁମାରଙ୍କ ଭୟଙ୍କର କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଜୀବନ
ଦୁବାଇ ଗ୍ରାଣ୍ଡ ଫିକ୍ସରେ ଅଭ୍ୟାସ ବେଳେ ନିୟନ୍ତ୍ରଣ ହରାଇ ରେସିଂ ଟ୍ରାକ୍ କଡ଼ରେ ଥିବା କାନ୍ଥରେ ପିଟି ହୋଇଥିଲା ଅଜିତଙ୍କ କାର। ଦୁର୍ଘଟଣାରେ ଅଭିନେତାଙ୍କର ବିଶେଷ କିଛି କ୍ଷତି ହୋଇନାହିଁ।
Accident
ଟ୍ରକ୍ ଧକ୍କାରେ ପୁଅ ମୃତ; ବାପା,ମା’ ଗୁରୁତର
ତ୍ରୟମ୍ବକମ୍ ଓ ତାଙ୍କ ବାପାମା’ଙ୍କୁ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଡାକ୍ତରଖାନାକୁ ନେଇଥିଲେ।
Accident
ବାଇକ୍କୁ ଧକ୍କା ଦେବା ପରେ ଜଳିଗଲା ଟ୍ରକ୍
ଟ୍ରକ୍ କିଛି ବାଟ ପର୍ଯ୍ୟନ୍ତ ବାଇକ୍ଟିକୁ ଘୋଷାଡ଼ି ନେଇଥିଲା। ପରେ ବାଇକ୍ରେ ବିସ୍ଫୋରଣ ଘଟିଥିଲା।
Accident
ଛିଡ଼ା ହୋଇଥିଲା ଟ୍ରକ୍, ପିଟିଦେଲା ଟ୍ରଲର
ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଲା ଟ୍ରଲର। ଏହି ଦୁର୍ଘଟଣାରେ ଟ୍ରଲର ଡ୍ରାଇଭର କ୍ୟାବିନରେ ଚାପି ହୋଇ ଗୁରୁତର ହୋଇଛନ୍ତି।
Accident
ସକାଳୁ ସକାଳୁ ନିଆଁ ପୋଉଁଥିଲେ ଦମ୍ପତି, ଜଳିଗଲେ ସ୍ୱାମୀ
ଅସାବଧାନତାବଶଃତ ହଠାତ୍ ସ୍ୱାମୀଙ୍କ ଶରୀରରେ ଲାଗିଗଲା ନିଆଁ। ଦେଖୁଦେଖୁ ହୁତୁହୁତୁ ହୋଇ ଜଳିବାକୁ ଲାଗିଲେ ସ୍ୱାମୀ।