Advertisment

ହାତୀ ଆକ୍ରମଣରେ ଗଲା ବନ କର୍ମଚାରୀଙ୍କ ଜୀବନ

ଗତକାଲି କଣ୍ଟାବାଞ୍ଜି ରେଞ୍ଜ ଢୋଲମଣ୍ଡଳ ସେକ୍ସନର ବାନ୍ଧନପାଲି ଗାଁ ଭିତରକୁ ଏକ ହାତୀ ପଲ ପଶି ଆସିଥିଲେ।

Representational image

Elephant

Advertisment

ହାତୀ ଆକ୍ରମଣରେ ଗଲା ବନ କର୍ମଚାରୀଙ୍କ ଜୀବନ। ବଲାଙ୍ଗିର ଜିଲ୍ଲାରେ ଏପରି ଘଟଣା ଘଟିଛି।  ମୃତ ବନ କର୍ମଚାରୀ ଜଣଙ୍କ ହେଲେ ରୂପେଶ ଛାତ୍ରିଆ। 

Advertisment

ଗତକାଲି କଣ୍ଟାବାଞ୍ଜି ରେଞ୍ଜ ଢୋଲମଣ୍ଡଳ ସେକ୍ସନର ବାନ୍ଧନପାଲି ଗାଁ ଭିତରକୁ ଏକ ହାତୀ ପଲ ପଶି ଆସିଥିଲେ। ଏହି ସମୟରେ ବନ ବିଭାଗ ଟିମ୍ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ।ହଠାତ ହାତୀଟି ବନ କର୍ମଚାରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। 

ଆକ୍ରମଣରେ ପାରା ସ୍କ୍ବାଡ୍ ପ୍ରଶାନ୍ତ ନାଏକ, ଗଜସାଥୀ ରୂପେଶ ଛତ୍ରୀଆ ଓ ବନ କର୍ମଚାରୀ ତାରେଶ୍ୱର ରଣା ଗୁରୁତର ହୋଇଥିଲେ। ୩ଜଣ ଗୁରୁତରଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତରାତିରେ ଗଜସାଥୀ ରୂପେଶ ଛାତ୍ରିଆଙ୍କ ମୃତ୍ୟୁ ହୋଇଛି।

Advertisment

ତେବେ ହାତୀକୁ ଘଉଡ଼ାଇବା ସମୟରେ ପ୍ରଟୋକାଲ ଫଲୋ କରାଯାଇଥିଲା ନା ନାହିଁ, ନିରାପତ୍ତା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ନା ନାହିଁ, ତାକୁ ନେଇ ପ୍ରଶ୍ନବାଚୀ
ସୃଷ୍ଟି ହୋଇଛି ।

Elephant Attack Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe