Advertisment

ଜଳିଗଲା ଜଣେ ମାଲିକଙ୍କ ୪ଟି ବସ୍‌

ବସ୍ ଷ୍ଟାଣ୍ଡରେ ପାଖାପାଖି ଛିଡ଼ା ହୋଇଥିଲେ ୫ଟି ବସ୍‌। ଆଗପଛ ହୋଇ ଚାରୋଟି ବସ୍ ଜଳି ଯାଇଛି।

ଅଦ୍ୟତନ ହୋଇଛି
Bus

Bus

Advertisment

ରାୟଗଡ଼ା ଜିଲ୍ଲା ବିଷମକଟକ ବସ୍ ଷ୍ଟାଣ୍ଡରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଜଳି ଯାଇଛି ଚାରୋଟି ବସ୍। ବସ୍‌ରେ କେମିତି ନିଆଁ ଲାଗିଲା, ତାହା ଏ ଯାଏ ସ୍ପଷ୍ଟ ହୋଇନି। ତେବେ ବସ୍‌ଗୁଡ଼ିକ ଜଣେ ମାଲିକଙ୍କର ବୋଲି ଜଣାପଡ଼ିଛି।

Advertisment

ବସ୍ ଷ୍ଟାଣ୍ଡରେ ପାଖାପାଖି ଛିଡ଼ା ହୋଇଥିଲେ ୫ଟି ବସ୍‌। ଆଗପଛ ହୋଇ ଚାରୋଟି ଯାକ ବସ୍ ଜଳି ଯାଇଛି। ବସ୍‌ଗୁଡ଼ିକରେ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲେ। ସେତେବେଳକୁ ମଝିରେ ଥିବା ଦୁଇଟି ବସ୍ ପୂରା ନିଆଁ କବଳରେ ଥିଲେ। ବାକି ଦୁଇଟି ବସ୍‌ର ଗୋଟିଏ ଗୋଟିଏ ପାର୍ଶ୍ୱରେ ନିଆଁ ଲାଗି ସାରିଥିଲା।

୪ଟି ବସ୍‌ରେ ନିଆଁ ଲାଗିଥିବା ବେଳେ ଆଉ ଗୋଟିଏ ବସ୍‌କୁ ସୁରକ୍ଷିତ ଭାବେ ସେଠାରୁ ବାହାରି କରି ଦିଆଯାଇଥିଲା। ତେବେ ଏହି ଘଟଣାରେ କେହି ହତାହତ ହୋଇ ନାହାନ୍ତି।

Advertisment

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। 

Fire Accident Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe