Fire
ବନ୍ଧୁବାନ୍ଧବଙ୍କୁ ସାଙ୍ଗରେ ଧରି ବାହା ହେବାକୁ ଯାଉଥିଲେ ଜଣେ ଯୁବକ। ହେଲେ କନ୍ୟା ଘରଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ତାଙ୍କ କାରକୁ ପିଟି ଦେଲା ଏକ ଟ୍ରକ୍। କାର ସହିତ ସେ ଜଳିଗଲେ। କେବଳ ସେ ନୁହଁନ୍ତି, କାରରେ ତାଙ୍କ ସହିତ ଥିବା ତାଙ୍କ ଭାଇ, ଭଣଜା ଓ ଡ୍ରାଇଭର ବି ଜଳିଗଲେ। ଗତ ଶୁକ୍ରବାର ରାତିରେ ଏହି ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ଝାନ୍ସୀରେ।
ମୃତ ବରଙ୍କ ନାଁ ଆକାଶ ଅହିରୱାର। ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା। ସେହିପରି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆକାଶଙ୍କ ସାନ ଭାଇ ଆଶିଷଙ୍କୁ ୨୦ ବର୍ଷ ହୋଇଥିଲା। ଆକାଶଙ୍କ ୭ ବର୍ଷୀୟ ଭଣଜା ଓ ଡ୍ରାଇଭର ଜୟୀକରଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।
ଟ୍ରକ୍ଟି କାର୍କୁ ଧକ୍କା ଦେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ଆକାଶ ଓ ଅନ୍ୟ ତିନି ଜଣ ତା’ ଭିତରେ ଫସି ଯାଇଥିଲେ। ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚିଥିଲେ। ସେମାନେ ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ସବୁ ଶେଷ ହୋଇସାରିଥିଲା।
ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିଲେ। ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି କହିଛି ସ୍ଥାନୀୟ ପୁଲିସ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Fire_1715484001.jpg)