Advertisment

ଟ୍ରାକ୍ଟରକୁ ଧକ୍କା ଦେଲା କାର୍‌, ପରେ କାର୍‌କୁ ପିଟି ଦେଲା ଟ୍ରକ୍‌; ଚାଲିଗଲା ୪ ବନ୍ଧୁଙ୍କ ଜୀବନ

ଏକ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା।

ଅଦ୍ୟତନ ହୋଇଛି
Accident

Accident

Advertisment

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଲଛିପୁର ଗାଁ ନିକଟରେ ୧୬ ନମ୍ବର ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ମୃତକମାନେ ହେଉଛନ୍ତି ଖଡ଼ିଆଳ ସହରର ଋଷି ସାହୁ, ଶୁଭମ ମହାଉତି, ବଣ୍ଟି ଲାଲ ସିଂହ ଓ ଗୋଇମୁଣ୍ଡା ଗ୍ରାମର ଦେବରାଜ ପଟେଲେ। ଏହି ୪ ସାଙ୍ଗ ଗତକାଲି ରାତିରେ କାର ଯୋଗେ ତୁକୁଳା ଗାଁକୁ ଏକ ଜନ୍ମବାର୍ଷିକୀ ଭୋଜି ଖାଇବାକୁ ଯାଇଥିଲେ।

ରାତି ପ୍ରାୟ ୧୨ଟା ବେଳେ ସେମାନେ ଖଡ଼ିଆଳ ଅଭିମୁଖେ ଫେରୁଥିବା ବେଳେ ଲଛିପୁର ଗାଁ ନିକଟରେ ଏକ ଟ୍ରାକ୍ଟର ସହିତ ସେମାନଙ୍କର ଧକ୍କା ହୋଇଥିବା କୁହାଯାଉଛି। ଏହା ପରେ ପରେ ଉକ୍ତ ରାସ୍ତା ଦେଇ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍ ସେମାନଙ୍କ କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ବନ୍ଧୁଙ୍କର ମୃତ୍ୟୁ ଘଟିଥିଲା। 

Advertisment
Accidentଦୁର୍ଘଟଣାଗ୍ରସ୍ତ କାର

ଅନ୍ୟପକ୍ଷରେ ଟ୍ରାକ୍ଟରରେ ଯେଉଁ ଦୁଇ ଜଣ ବ୍ୟକ୍ତି ଯାଉଥିଲେ, ସେମାନେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଭଲ ନଥିବା ଜଣାପଡ଼ିଛି। ଟ୍ରାକ୍ଟରର ଡାଲାର ଦୁଇ ପଛ ଚକ ବାହାରି ଯାଇଥିବା ବେଳେ କାରଟି ଚୁରମାର ହୋଇଯାଇଛି।    

ଖବର ପାଇ ଖଡ଼ିଆଳ ପୁଲିସ ସହିତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଚାରି ଯୁବକଙ୍କ ମୃତଦେହକୁ ଜବତ କରିଥିଲା। ପୁଲିସ ଘଟଣାର ତଦନ୍ତ କରୁଛି। 

Accident Road Accident Accidental Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe