Advertisment

ବଜ୍ରାଘାତରେ ୩ ନାବାଳକ ଓ ଜଣେ ନାବାଳିକା ମୃତ

୧୩ ବର୍ଷୀୟ ରାହୁଲ କୁମ୍ଭାର ଘର ସାମ୍ନାରେ ଖେଳୁଥିବା ବେଳେ ବିଜୁଳି ମାରିଥିଲା।

ଅଦ୍ୟତନ ହୋଇଛି
Lightning

Lightning

Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରାଘାତରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ବେଳେ ଜଣେ ନାବାଳିକା ଅଛନ୍ତି।ନବରଙ୍ଗପୁର, ବଲାଙ୍ଗିର, ବୌଦ୍ଧ, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲ୍ଲାରେ ଘଟିଛି ଏହି ଘଟଣା।

Advertisment

ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚନ୍ଦାହାଣ୍ଡିରେ ବଜ୍ରାଘାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ସରମୁହାଣ ଗାଁରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ପୋଲସରା ବାଲିସାହି ଫାଣ୍ଡି ଡୁଙ୍ଗୁରି ଗାଁରେ ଜଣେ ବ୍ୟକ୍ତିଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଛି। 

ସୁନ୍ଦରଗଡ଼ ବୀରମିତ୍ରପୁର କବିରାଜଢିପା ବସ୍ତିରେ ବଜ୍ରାଘାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସାଗର କଚ୍ଚପ। ତାଙ୍କୁ ୧୫ ବର୍ଷ ହୋଇଥିଲା। ସେ ବୀରମିତ୍ରପୁରର ମହୁଆଟୋଲିର଼ ବାସିନ୍ଦା ଥିଲେ। ସେ ଦଶମ ଶ୍ରେଣୀରେ ପଢୁଥିଲେ। କବିରାଜଢିପା ବସ୍ତିରେ ଥିବା ପଡ଼ିଆରେ ସେ କିଛି ପିଲାଙ୍କ ସହିତ ଫୁଟବଲ ଖେଳୁଥିବା ବେଳେ ବିଜୁଳି, ଘଡ଼ଘଡ଼ି ମାରିବା ସହିତ ବର୍ଷା ହୋଇଥିଲା। ସେମାନେ ଖେଳୁଥିବା ବେଳେ ବିଜୁଳି ମାରିବାରୁ ସାଗର କଚ୍ଚପ ଅଚେତ ହୋଇଯାଇଥିଲେ। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। 

Advertisment

ସେହିପରି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ତାଳପଡ଼ା ଗାଁରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାହୁଲ କୁମ୍ଭାର। ତାଙ୍କୁ ୧୩ ବର୍ଷ ହୋଇଥିଲା। ସେ ଘର ସାମ୍ନାରେ ଖେଳୁଥିବା ବେଳେ ବିଜୁଳି ମାରିଥିଲା। ତାଙ୍କୁ ଅଚେତ ଅବସ୍ଥାରେ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। 

Lightning Strike Lightning Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe