Advertisment

ରକ୍ତ ପିଉଛି ରାଜପଥ; ଦିନକରେ ୨୦୦ ମିଟରରେ ଗଲା ୪ ଜୀବନ

ଛଣପୁର ଗାଁର ଗୀତାରାଣୀ ପତି ଓ ତାଙ୍କର ୧୧ ବର୍ଷର ପୁଅ ସୁଧାଂଶ ଶେଖର ପତି ସ୍କୁଟିରେ କୌଣସି କାମରେ ବଲେଶ୍ୱର ଟାଉନ୍‌ ଆସୁଥିଲେ। ମଧ୍ୟାହ୍ନରେ ୧୬ ନମ୍ୱର ଜାତୀୟ ରାଜପଥର ନୂଆଗାଁ ଛକଠାରେ ସେମାନଙ୍କ ସ୍କୁଟି ଚକା ସ୍ଲିପ୍‌ କରିଥିଲା।

Accident

Accident

Advertisment

ଭୁଲ ଯାହାର ହେଉନା କାହିଁକି, ରକ୍ତ ମୁଖା ହେଉଛି ଜାତୀୟ ରାଜପଥ! ପ୍ରତିଦିନ ନେଉଛି ଜୀବନ ଓ ପିଉଛି ମଣିଷ ରକ୍ତ! ଆଜି ଦିନକରେ ୨୦୦ ମିଟର ଦୂରତାରେ ଜାତୀୟ ରାଜପଥରେ ଯାଇଛି ୪ଟି ମୂଲ୍ୟବାନ ଜୀବନ। ଯେଉଁଥିରେ ଜଣେ ମହିଳା ଓ ଜଣେ ନାବାଳକ ରହିଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଛି।

Advertisment

ଆଜି ମଧ୍ୟାହ୍ନରେ ଛଣପୁର ଗାଁର ଗୀତାରାଣୀ ପତି ଓ ତାଙ୍କର ୧୧ ବର୍ଷର ପୁଅ ସୁଧାଂଶ ଶେଖର ପତି ସ୍କୁଟିରେ କୌଣସି କାମରେ ବଲେଶ୍ୱର ଟାଉନ୍‌ ଆସୁଥିଲେ। ମଧ୍ୟାହ୍ନରେ ୧୬ ନମ୍ୱର ଜାତୀୟ ରାଜପଥର ନୂଆଗାଁ ଛକଠାରେ ସେମାନଙ୍କ ସ୍କୁଟି ଚକା ସ୍ଲିପ୍‌ କରିଥିଲା। ଯାହାଫଳରେ ମାଆ ଓ ପୁଅ ରାସ୍ତାରେ ପଡ଼ି ଯାଇଥିଲେ। ଠିକ୍‌ ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ କରିଥିଲେ। ଶିଳ୍ପାଞ୍ଚଳ ଥାନା ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

ଠିକ୍‌ ସେମିତି ଆଉ ଏକ ଦୁର୍ଘଟଣା ଆଜି ସକାଳେ ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଥିଲା। ସକାଳେ ସକାଳେ କାଠ ସଂଗଡା ଗାଁର ଜଣେ ବ୍ୟକ୍ତି ସାଇକେଲରେ ବାଲେଶ୍ଵର ଯାଉଥିଲେ। ସେହି ସମୟରେ ପଛରୁ ଆସୁଥିବା ଏକ କୁଇଲା ବୋଝେଇ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ପିଛା କରି ଟ୍ରକ୍‌ଟିକୁ ଅଟକାଇ ଥିଲେ। ଡ୍ରାଇଭରକୁ ଉତ୍ତମ ମଧ୍ୟମ ଦେଇ ପୁଲିସ୍‌ ଜିମା ଦେଇଥିଲେ। କ୍ଷତିପୂରଣ ଓ ରାସ୍ତା ମରାମତି ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ସଦର ଥାନା ପୁଲିସ୍‌ ବୁଝାସୁଝା କରିବା ପରେ ଜାତୀୟ ରାଜପଥ ସ୍ୱଭାବିକ ହୋଇଥିଲା।

Advertisment

ଆଉ ଏକ ଦୁର୍ଘଟଣା ଆଜି ଭୋରୁ ଭୋରୁ ଘଟିଥିଲା। ଏହି ଦୁର୍ଘଟଣା ୧୬ ନମ୍ୱର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ୬୦ ନମ୍ୱର ଜାତୀୟ ରାଜପଥର ଫୁଲାଡିଠାରେ ଘଟିଥିଲା। ଜଣେ ପଥଚାରୀଙ୍କ ଉପରେ ଏକ ଗାଡ଼ି ମାଡ଼ି ଯାଇଥିଲା। ସ୍ଥାନୀୟ ଲୋକ ରାସ୍ତାରେ ମୃତଦେହ ପଡ଼ିଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ରିପୋର୍ଟ- ବାଲେଶ୍ୱରୁ ଚନ୍ଦ୍ରକାନ୍ତ ଜେନା

Balasore Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe